କେନ୍ଦୁଝର:13//4,(ଉତ୍କଳ ସମାଚାର) (ଏ ଆର ଖାନ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଡ଼ବିଲର ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ବଡ଼ବିଲ ବାସୀଙ୍କୁ ଦେଇଥିଲେ ଏବଂ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ କରିଛନ୍ତି ଆଜିର କାର୍ଯ୍ୟକ୍ରମରେ ୨୯ କୋଟି ୪୧ ଲକ୍ଷ ବ୍ୟୟ ବରାଦରେ ୨୪ ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଡ଼ବିଲ ସହର ପାଇଁ ଏକ ବାଇପାସ୍ ତଥା ରିଂ ରୋଡର ଦୈର୍ଘ୍ୟ ହେଉଛି ୧୮ କିଲୋମିଟର ୩୨୬ ମିଟର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରାଯିବ। ଏହି ଅବସରରେ ଘୋଷଣା କରିଥିଲେଯେ, ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଂଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ ହେବ ଏବଂ ୮ ଲେନ ବିଶିଷ୍ଟ ବଡ଼ବିଲ – ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝର ବା ବଡବିଲ୍ ପରି ସହରମାନଙ୍କ ଟ୍ରାଫିକ ଏବଂ ଭାରି ଯାନବାହାନ ଚଳାଚଳ ସମସ୍ୟା ବିଷୟରେ ମୁଁ ସବୁ ଜାଣିଛି। ମୁଁ ନିଜେ ଗୋଟିଏ ଭୁକ୍ତଭୋଗୀ। ତେଣୁ, ଏ ସବୁ ଅସୁବିଧା ଦୂର କରିବା ପାଇଁ ଆମ ସରକାର ପ୍ରଥମରୁ ହିଁ ନିଷ୍ପତ୍ତି ନେଇଥିଲେ। ଆଜି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇ ବଡ଼ବିଲ ସହର ପାଇଁ ୧୮ କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ବାଇପାସ୍ ତଥା ରିଂ ରୋଡ୍ ର ଶିଳାନ୍ୟାସ କରାଗଲା। ଭଦ୍ରା ସାହିରୁ ସେରେଣ୍ଡା ପର୍ଯ୍ୟନ୍ତ ୩.୭ କିଲୋମିଟର, ସେରେଣ୍ଡାରୁ ବଲାଣି ପର୍ଯ୍ୟନ୍ତ ୬.୩ କିଲୋମିଟର ଏବଂ ସେରେଣ୍ଡାରୁ ନଲ୍ଦା ପର୍ଯ୍ୟନ୍ତ ହେଉଛି ୮.୩ କିଲୋମିଟର । ଏ ପୁରା ବାଇପାସ୍ଟି ଆପଣମାନଙ୍କର ଏକ ଦୀର୍ଘଦିନର ସମସ୍ୟାର ସମାଧାନ କରିବ। ଏହାର ଡିଜାଇନ୍ ଅତ୍ୟନ୍ତ ଉନ୍ନତ ମାନର ହେବ ଏବଂ ଅଧିକ ଗାଡିର ବୋଝ ବା ଟ୍ରାଫିକ୍ ସମ୍ଭାଳିଲାଭଳି ଦୃଢ଼ତା ଏହାର ରହିବ। ଆଧୁନିକ ଡିଜାଇନ୍ ଅନୁଯାୟୀ ଦିନକୁ ୪୦ ହଜାର ପାସେଞ୍ଜର କାର ଗଲାପରି ସଡକ ନିର୍ମାଣ ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଦିନକୁ ସର୍ବାଧିକ ୧୫ ହଜାର ୩୭୫ ପାସେଞ୍ଜର କାର୍ ଯାଉଛି। ଆଗାମୀ ଦିନରେ ଏହି ରିଂ-ରୋଡ୍ ସମ୍ପୂର୍ଣ୍ଣ ହେବା ପରେ, ଏଥିରେ ୪୦ ହଜାର କାର୍ ଯିବାର କାପାସିଟି ରହିବ। ଏହା ଦ୍ୱାରା ବଡବିଲ୍ ସହରର କଳେବର ମଧ୍ୟ ବୃଦ୍ଧିହେବ। ରିଂ-ରୋଡ୍ର ଉଭୟ ପାର୍ଶ୍ବରେ ଅଧିକ ହାଉସିଂ କଲୋନୀ ଗଢିଉଠିବ ଓ ଇକୋନୋମିକ୍ ଆକ୍ଟିଭିଟି ମଧ୍ୟ ବଢିବ। ଯେଉଁ ଗାଡିଗୁଡିକ ଏହି ରୁଟ୍ରେ ଅପରେଟ୍ କରିବ ତାଙ୍କର ଅପରେଟିଙ୍ଗ ଖର୍ଚ୍ଚ ମଧ୍ୟ କମିବ ଏବଂ ଏହାଦ୍ବାରା ଆମର ଅର୍ଥନୀତିକୁ ମଧ୍ୟ ଏହାର ଏକ ବଡ ଅବଦାନ ରହିବ। ମୋଟ୍ ଉପରେ ଏହି ପ୍ରକଳ୍ପଟି ଆମ ଅଞ୍ଚଳରେ ସମୃଦ୍ଧି ଆଣିବ। ଏଥିସହିତ ଆଜି ଅନେକ ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ମଧ୍ଯ ହୋଇଛି । ୯୫ କୋଟି ଟଙ୍କା ବିନିଯୋଗରେ ୧୦ କିଲୋମିଟର ଦୀର୍ଘ ବାମ୍ୱେରୀ – ପଲାସା – ଗୁରୁଡା – କୋଇଡା ସଡ଼କ ପାଇଁ ଶିଳାନ୍ୟାସ ସୁଆକଟି – ଡୁବୁନା – କାଳିମାଟି ସାଢ଼େ ସାତ କିଲୋମିଟର ସଡ଼କ ପାଇଁ ଶିଳାନ୍ୟାସ ଏଥିରେ ୩୦ କୋଟି ଟଙ୍କା ବିନିଯୋଗ ହେବ। ପଳାଶପଙ୍ଗା ଠାରୁ ବାମେବରୀ ପର୍ଯ୍ୟନ୍ତ କିଡ଼କୋ ରାସ୍ତା ର ମଧ୍ୟ ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବଡବିଲ ଉତ୍ସବ ପଡ଼ିଆରେ କ୍ରୀଡା ଭିତ୍ତିଭୂମି ସହିତ ବସ ଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ ରେ ଏଥିପାଇଁ ୯.୨୭ କୋଟି ଟଙ୍କା ବିନିଯୋଗ କରାଯାଇଛି। ବଡବିଲ ଆଇଟିଆଇ ଷ୍ଟାଫ କ୍ୱାର୍ଟର ସବ ରେଜିଷ୍ଟାର ଅଫିସ , ଟାଉନ ହଲ ନିକଟରେ ଖେଳପଡିଆର ଉନ୍ନତିକରଣ ଓ ପାର୍କ ପ୍ରତିଷ୍ଠା ଜିଲ୍ଲା ମଧ୍ୟରେ ଥିବା ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ମଧ୍ୟ ସମୃଦ୍ଧ ହେବା ଦରକାର। ଅର୍ଥନୈତିକ ଅଭିବୃଦ୍ଧି ଦରକାର। କେନ୍ଦୁଝର ପାଇଁ ମଧ୍ୟ ଏକ ଗ୍ରୀଡ ସବ୍ଷ୍ଟେସନ ପାଇଁ ମଞ୍ଜୁରୀ ଦିଆଯାଇଛି। ୧ ହଜାର ୬୪୭ କୋଟି ଟଙ୍କାରେ ଏ ପ୍ରକଳ୍ପ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ।

