ନବରଙ୍ଗପୁର ତା ୧୪.୪.୨୦୨୬:(ଉତ୍କଳ ସମାଚାର)ଆଜି ଡ଼ ଆମ୍ବେଦକର ଙ୍କ ୧୩୬ ତମ ଜୟନ୍ତୀ ପାଳନ ଅବସରରେ ଡ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସକାଳ ୮.୩୦ ମି ସମୟରେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ବିଭିନ୍ନ ବିଭାଗୀୟ ଅଧିକାରୀ,ସ୍ଥାନୀୟ ଆର୍ ସି ଡି ଓ କସ୍ତୁରବା ଗାନ୍ଧୀ ଆଶ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ,ଅନୁଷ୍ଠାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହା ପରେ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସକାଳ ଘ ୯.୦୦ ମି ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୬ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ମୁକ୍ତପ୍ରଶ୍ନ ମଂଚର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ସମ୍ମାନିତ ଅତିଥି ରୂପେ ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ପୌରପାଳିକା ,ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ ଓ ମୁଖ୍ୟ ବକ୍ତା ରୂପେ ପୂର୍ବତନ ସଭାପତି,ଜିଲ୍ଲା ଆଇନଜୀବୀ ସଂଘ ନରସିଂହନାଥ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ ।ଅତିଥିଗଣ ଡ ଆମ୍ବେଦକର ଙ୍କୁ ବିଶିଷ୍ଟ ଜନନେତା,ସମାଜ ସଂସ୍କାରକ, ଅସାଧାରଣ ବ୍ୟକ୍ତିତ୍ଵ , ସମ୍ବିଧାନ ପ୍ରଣେତା , ଗଣତନ୍ତ୍ର ର ମୁଖ୍ୟ ପୁରୋଧା, ବିଶିଷ୍ଟ ରାଜନୀତିଜ୍ଞ, ମହିଳାମାନଙ୍କ ଅଧିକାରରେ ସମାନତା,ସାମାଜିକ ନ୍ୟାୟ ର ପ୍ରତିଷ୍ଠାତା,ଦଳିତ ଓ ନିଷ୍ପେସିତ ଙ୍କ ପ୍ରାଣକର୍ତା ରୂପେ ଅଭିହିତ କରି ତାଙ୍କର ଆଦର୍ଶ ଓ ଜୀବନୀ କୁ ପାଠ କରି ଆଗାମୀ ପିଢ଼ି ଏକ ସଶକ୍ତ , ବଳିଷ୍ଠ ଗଣତନ୍ତ୍ରରେ ଭାରତବର୍ଷ କୁ ଦେଖିବା ଓ ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାର ହେବାକୁ ଆହ୍ବାନ କରିଥିଲେ। ଶ୍ରୋତା ଙ୍କ ମଧ୍ୟରୁ ବୁଦ୍ଧିଜୀବି ପ୍ରକାଶ ଚନ୍ଦ୍ର ନାଗ ଏବଂ ପୂର୍ବତନ ସଭାପତି ଆଇନଜୀବୀ ସଂଘ ସିରାଜ୍ ଅହମ୍ମଦ ଡ ଆଂବେଦକର ଙ୍କ ଜୀବନୀ ଓ ସମ୍ବିଧାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ବାଗତ ଭାଷଣ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ସଭାକାର୍ଯ୍ୟ ପରେ ଡ ଆଂବେଦକର ଙ୍କ ଜୀବନୀ ଓ ଦର୍ଶନ ଉପରେ ଏକ ମୁକ୍ତ ପ୍ରଶ୍ନ ମଞ୍ଚ ଅନୁଷ୍ଠିତ ହୋଇଥିଲା ଏବଂ ଶିକ୍ଷକ ରଞ୍ଜନ କୁମାର ମହାପାତ୍ର ଓ ସୁଶାନ୍ତ ସାହୁ ଏହାକୁ ପରିଚାଳନ କରିଥିଲେ।ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ସଭାରେ ବୁଦ୍ଧିଜୀବି ଡ ବିଜୟ ମିଶ୍ର, ନାରାୟଣ ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର, ଏ ଡି ଡ଼ବ୍ଲୁ ଓ ଭରତ ଚନ୍ଦ୍ର ସାହୁ, ଡି ପି ଇ ଓ ପ୍ରଭାତ ପଟ୍ଟନାୟକ ,ବିଭିନ୍ନ ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ବିଜ୍ଞାନ କଲେଜ, ମୋଡେଲ ଡ଼ିଗ୍ରୀ କଲେଜ, ସ୍ମାର୍ଟ ଗୁରୁକୁଳ,ସରସ୍ୱତୀ ବିଦ୍ୟା ମନ୍ଦିର, ଏକଳବ୍ୟ ଆଦର୍ଶ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି,ଅନୁଷ୍ଠାନ କର୍ମକର୍ତ୍ତା,ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ର ସଫଳ ରୂପାୟନ ଦିଗରେ ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ର କର୍ମଚାରୀ ଦିଲୀପ ମଲ୍ଲିକ,ବନମାଳୀ ଗୋଛି, ନୀଳକଣ୍ଠ ନାୟକ, ବିଘ୍ନ ରାଜ ମାଝୀ,ସୁବ୍ରତ ବିଶୋୟୀ ସହଯୋଗ କରିଥିଲେ।ଆଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

