କେନ୍ଦୁଝର:14//4,(ଉତ୍କଳ ସମାଚାର) ବିଶିଷ୍ଟ ସମାଜ ସଂସ୍କାରକ, ଆଇନଜୀବି, ଅର୍ଥନୀତିଜ୍ଞ, ରାଷ୍ଟ୍ରନେତା, ପୂର୍ବତନ ପ୍ରଥମ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ତଥା ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ଭୀମରାଓ ରାମଜି ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ କଂଗ୍ରେସ ଭବନରେ ଜ଼ିଲ୍ଲା କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଅଧକ୍ଷ ରଶ୍ମିରଞ୍ଜନ ଜେନାଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି l ପ୍ରଥମେ କଂଗ୍ରେସ କର୍ମୀମାନେ ଜ଼ିଲ୍ଲାପାଳଙ୍କ କାର୍ଯାଳୟରେ ଥିବା ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଦେଇଥିଲେ lଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗ ଦେଇ ଆମ୍ବେଦକରଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ l ଶ୍ରୀ ଜେନା କହିଥିଲେ ଦେଶରେ ଡ଼ଃ ଭୀମରାଓ ଆମ୍ବେଦକର ନଥିଲେ ଆଇନ କି ଗଣତନ୍ତ୍ର ନଥାନ୍ତା l ଦଳିତ, ଆଦିବାସୀ ଏବଂ ପଛୁଆବର୍ଗ ପାଇଁ ଆଜି ତାଙ୍କର ଅବଦାନ ଏକ ଅତୁଳନୀୟ l ବର୍ତମାନ ଦେଶରେ ବିଜେପି ସରକାର ଆଇନ, ଗଣତନ୍ତ୍ର ଓ ସମ୍ବିଧାନକୁ ନଷ୍ଟ କରାଯାଉଛି l ତେଣୁ ପ୍ରଥମେ ଏହାର ସୁରକ୍ଷା କଥା ଚିନ୍ତା କରିବା l ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ କେନ୍ଦୁଝର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ରାଜ୍ୟ ଦଳିତ କଂଗ୍ରେସ ସାଧାରଣ ସମ୍ପାଦକ ରଘୁନାଥ ପାତ୍ର, ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଢଳ କୁମାର ସେଠି, କଂଗ୍ରେସ ନେତା ନିର୍ମଳ ନାଏକ, ରତ୍ନାକର ଜେନା,ଲୋକନାଥ ଟୁଡୁ, ମୁକୁନ୍ଦ ଚରଣ ମହାନ୍ତ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଆର୍ତ୍ତତ୍ରାଣ ଦାସ, ପ୍ରଦୀପ କୁମାର ଦାସ,ଯୁବ କଂଗ୍ରେସ ନେତା ପ୍ରକାଶ ସା, ସୁଶାନ୍ତ ଜେନା, ମଦନ ମୋହନ ମହାକୁଡ଼, ଅମିତ ରାଉତ, ଅର୍ଜୁନ ଜେନା, ସୁରେଶ ଜେନା, ରସାନନ୍ଦ ଜେନା, ଦୁଃଖବନ୍ଧୁ ରାଉତ, ସୁଶୀଲ ଜେନା, କାଳିଆ ଜେନା, ମୃତ୍ୟୁଞ୍ଜୟ ପ୍ରଧାନ, ହରେକୃଷ୍ଣ ସେଠି, ଶିଶିର କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ ଧନ୍ୟବାଦ ଦେଇଥିଲେ

