ରାଉରକେଲା:16//4,(ଉତ୍କଳ ସମାଚାର) ଆସନ୍ତା କାଲି ଠାରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏବଂ ପାନପୋଷ ସ୍ପୋର୍ଟସ ହଷ୍ଟେଲ ରାଉରକେଲା ଠାରେ ଆରମ୍ଭ ହେଉଛି ପଞ୍ଚମ ରାଜ୍ୟ ସବ୍-ଜୁନିୟର ଓମେନ୍ ହକି ପ୍ରତିଯୋଗିତା। ଓଡିଶା ହକି ଆସୋସିଏସନ ଦ୍ଵାରା ପଞ୍ଚମ ରାଜ୍ୟ ହକି ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ, ଏହା ଏପ୍ରିଲ ୧୬ ତାରିଖ ଠାରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଏବଂ ପାନପୋଷ କ୍ରୀଡ଼ା ଛାତ୍ରାବାସ ହକି ପଡିଆରେ ଖେଳାଯିବ ବୋଲି ସୂଚନା ମିଳିଛି। ଏହା ନକ୍ ଆଉଟ୍ ହକି ପ୍ରତିଯୋଗିତା ହୋଇଥିଲା ବେଳେ, ଏହାର ପ୍ରାରମ୍ଭିକ ମ୍ଯାଚଗୁଡିକ ଉଭୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ କ୍ବାର୍ଟର ଫାଇନାଲ, ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚଗୁଡିକ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ।
