ସମ୍ବଲପୁର,୨୦/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ବ୍ରାହ୍ମଣ ସମାଜ ବୁର୍ଲା ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ବୁର୍ଲା ନୃସିଂହ ମନ୍ଦିର ଠରେ ଭଗବାନ ପର୍ଶୁରାମଦେବଙ୍କ ବିଶେଷ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଭଗବାନ ପର୍ଶୁରାମ ଦେବଙ୍କ ଫଟୋଚିତ୍ର, ସଂକୀର୍ତ୍ତନ ମଣ୍ଡଳୀ ଓ ସମାଜର ଶତାଧିକ ସଦସ୍ୟବୃନ୍ଦ ଙ୍କ ସହିତ ଏକ ଭବ୍ୟ ଶୋଭାଯାତ୍ରା ନୃସିଂହ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରି ପୁଣି ନୃସିଂହ ମନ୍ଦିର ଠାରେ ପହଞ୍ଚିଥିଲା I ଏହାପରେ ମନ୍ଦିର ପରିସରରେ ଆୟୋଜିତ ସମାଜର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ବୁର୍ଲା ମୁଖ୍ୟ ବନ୍ଧ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ. ଶୁଭ୍ରାଂଶୁ ଦ୍ବିବେଦୀ, ଭୀମସାର, ବୁର୍ଲା ର ଅଧିକ୍ଷକ ତଥା ହୃଦରୋଗ ବିଶେଷଜ୍ଞ ଡ଼ା ସୁନିଲ୍ କୁମାର ଶର୍ମା, ଭିସୁଟ୍ ର ପ୍ରଫେସର ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥି ଭାବେ ଯୋଗ ଦେଇ ସମାଜର କଲ୍ୟାଣ ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ। ବ୍ରାହ୍ମଣ ସମାଜ ବୁର୍ଲା ର ସଭାପତି ଶ୍ରୀ ଯୁଧିଷ୍ଠିର ପତିଙ୍କ ସଭାପତିତ୍ବ ଏବଂ ଶ୍ରୀ ପ୍ରମୋଦ କୁମାର ଦାଶଙ୍କ ସଂଯୋଜନା , ଉପସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ସଭାକାର୍ଯ୍ୟ ଆରମ୍ଭରେ ଶ୍ରୀମତୀ ନମିତା ଆଚାର୍ଯ୍ୟ ଙ୍କ ମନ୍ତ୍ରପାଠ ସହିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସଭାପତି ଶ୍ରୀ ପତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ବ୍ରାହ୍ମଣ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ I ସଂପାଦକ ଶ୍ରୀ ସୁନିଲ୍ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିବା ସହ ସମାଜ ଗଠନର ଆବଶ୍ୟକତା ଓ ଆଗାମୀ ଦିନରେ ସମାଜର କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ସର୍ବଶ୍ରୀ ବିରଞ୍ଚି ନାରାୟଣ ମିଶ୍ର, ହିମାଂଶୁ ଶେଖର ଠାକୁର, ଯତିନ୍ଦ୍ର ମୋହନ ପଣ୍ଡା, ଇଂ କେଶବ ଚନ୍ଦ୍ର ଦାଶ, ବିପିନ ବିହାରୀ ଦାଶ୍, ଓ ଶ୍ରୀଯୁକ୍ତ ପରିକ୍ଷୀତ ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏଥି ସହିତ ଏବର୍ଷର ସିବିଏସସି ର ମେଟ୍ରିକ୍ ପରୀକ୍ଷାରେ ୯୫% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କୃତି ବ୍ରାହ୍ମଣ ଛାତ୍ରଛାତ୍ରୀଙ୍କୁ ସ୍ମୃତି ଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ନୀଲମ୍ ପାତ୍ର, ଶୃତି ଲେଖା ଆଚାର୍ଯ୍ୟ, ସ୍ବର୍ଣ୍ଣ ଆଭା ପଣ୍ଡା, ଆକାଂକ୍ଷା ପାଣିଗ୍ରାହୀ, ବିସ୍ମିତ ମିଶ୍ର ଓ ଆୟୁଷ୍ ପାଢ଼ୀ। ସମାଜର ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବୁର୍ଲାର ବହୁ ବରିଷ୍ଠ ବ୍ରାହ୍ମଣ ବୁଦ୍ଧିଜୀବି , ମହିଳା ଓ ଯୁବବର୍ଗ ଏବଂ ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ। ପରିଶେଷରେ ଅନୁଷ୍ଠାନର ଉପସଭାପତି ଇଂ ଦିନଦୟାଲ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

