Uncategorized

ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ଛତିଶଗଡ ର କଂଗ୍ରେସ ନେତାଙ୍କ ଜୋର ସୋର ନିର୍ବାଚନ ପ୍ରଚାର

ଉମରକୋଟ.୧୦/୫ (ଉତ୍କଳ ସମାଚାର) (ନରସିଂ ବାଘ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀ ସାଧାରଣ ନିର୍ବାଚନ କୁ ଆଉ ଦିନ କେଇଟା ବାକି ଥିବାବେଳେ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ ଜର ସୋର ଚାଲିଥିବା ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋପେନା ଗ୍ରାମ ରେ କଂଗ୍ରେସ ପାର୍ଟି ତରଫରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ପାର୍ଟି ର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଏବଂ ଉମରକୋଟ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ଙ୍କ ପାଇଁ ଭୋଟ ଭିକ୍ଷା ନିମନ୍ତେ ଛତିଶଗଡ ରାଜ୍ୟ କଂଗ୍ରେସ ପିସିସି ସଭାପତି ତଥା ପୂର୍ବତନ କୋଣ୍ଡାଗାଁ ବିଧାୟକ ମୋହନ ମାର୍କାମ ,ଛତିଶଗଡ଼ ସଂଖ୍ୟା ଲଘୁ ସେଲ ସଭାପତି ଅମିନ ମେମାନ.କେସକାଳ ଚେୟାରମେନ ମହେନ୍ଦ୍ର ନେତାମା.ଧମତ୍ରୀ ଜିଲ୍ଲାପରିଷଦ ଉପସଭାପତି ମୋନଜ ଶାଖାଛି. ଦା୍ୱାରିକା ମହାପାତ୍ର.ସୋସିଆଲ ମିଡ଼ିଆକୋଡିନେଟର ନରସିଂ ବାଘ.ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଆଗାମୀ ନିର୍ବାଚନ ରେ ରାହୁଲ ଗାନ୍ଧୀଙ୍କ ଗ୍ୟାରେଣ୍ଟି କାମ କରିବ ଏବଂ ଦେଶ ତଥା ଓଡ଼ିଶାରେ କଂଗ୍ରେସ ହିଁ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ ବୋଲି ଛତିଶଗଡ ସଂଖ୍ୟା ଲଘୁ ସେଲ ସଭାପତି ଗଣମାଧ୍ୟମ ସମ୍ମୁଖରେ ଯୁକ୍ତି ବାଢିଛନ୍ତି l

Leave a Reply

Your email address will not be published. Required fields are marked *