ସମ୍ବଲପୁର,୦୪/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ଦୀର୍ଘ ବର୍ଷ ପରେ ମଧ୍ୟ ଧନୁପାଲି – ଜେଲ ଛକ ରାସ୍ତା ର ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ l ରାସ୍ତାର ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ସଂଯୋଗ ହୋଇପାରିନଥିବା ବେଳେ କେତେକ ଜାଗାରେ ଗୋଟିଏ ରାସ୍ତାରୁ ଅପରପାର୍ଶ୍ଵ କୁ ଯିବାକୁ ଯେତେ ଖାଲି ଜାଗା ଛଡା ଯିବା କଥା ତାହା ଛଡା ନଯିବା କାରଣରୁ ବଡ ଗାଡି ଗୁଡିକ ଯାତାୟାତ ରେ ଅନେକ ଅସୁବିଧା ହେଉଥିବା ବେଳେ ବେଳେବେଳେ ଦୁର୍ଘଟଣା ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି l ସେହିପରି ଗୋବିନ୍ଦତୋଳା ଛକ ରେ ମୋଡାଣୀ ସ୍ଥାନରେ ପ୍ରାୟ ୨ ଶହ ମିଟର ରାସ୍ତାରେ ଦିଭାଇଡର ନଦେଇ ଛଡା ଯାଇଛି, ଯଦ୍ୱାରା ଟ୍ରାଫିକ ମାର୍କିଙ୍ଗ କୁ କେହି ମାନୁନଥିବା ବେଳେ, ବାରମ୍ବାର ନିରୀହ ଲୋକେ ଦୁର୍ଘଟଣା ର ସମ୍ବୁଖିନ ହେଉଛନ୍ତି I ଯାହାକି ଗୋବିନ୍ଦତୋଳା ଛକ ରେ ଏକ ସାଧାରଣ ଘଟଣା ହୋଇଗଲାଣି ବୋଲି ସାଧନା ର ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି I ଶ୍ରୀ ପାଣିଗ୍ରାହୀ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଏହି ୨ଶହ ମିଟର ଖାଲି ରାସ୍ତା ଅଂଶ ରେ ସତୀରାଣୀ ଜୀ ମନ୍ଦିର ସାମ୍ନା ରେ ଏବଂ ଗୋବିନ୍ଦତୋଳା ଛକ ପାଖ ଦିଭାଇଡର ପାଖରେ ୨ଟି ପାସିଂ ରାସ୍ତା ଛାଡ଼ିଦେଇ ରାସ୍ତା ମଝିରେ ୨ ଥାକିଆ ଫାଇବର ଡିଭାଇଡର ଲଗାଯାଉ ବୋଲି ୬ ମାସରୁ ଉର୍ଦ୍ଧ ହେଲା ମହାନଗର ନିଗମ କର୍ତୃପକ୍ଷ ଙ୍କୁ ଦୁର୍ଗା ପୂଜା କମିଟି ତଥା ଜନସାଧାରଣ ଙ୍କ ପକ୍ଷରୁ ଦାବୀ କରାହୋଇଥିଲା I ସେଥିରେ ମଧ୍ୟ୍ୟ ଉଲ୍ଲେଖ କରାହୋଇଥିଲା ଯେ, ଖାଲି ଥିବା ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ର ସମ୍ଭୁଖିନ ହେଉଛନ୍ତି I ଏହା ସତ୍ୱେ ଆଜିଯାଏ ଫାଇବାର ଡିଭାଇଡର ସଂଯୋଗ କରାନଯିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସାଧନା ର ସଭାପତି ଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ କ୍ଷୋଭ ପ୍ରକାଶ କରିଛନ୍ତି l

