ରାଉରକେଲା ତା ୦୨/୫/୨୦୨୬:(ଉତ୍କଳ ସମାଚାର)ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ କୁ ଉଦିତ ନଗର ସ୍ଥିତ ସଂଘ କାର୍ଯ୍ୟାଳୟରେ ମହାସମାରୋହରେ ପାଳନ କରାଯାଇଛି। ଶ୍ରମିକ ଶୋଭାଯାତ୍ରା ଉଦିତ ନଗର ଅଂଚଳ ପରିକ୍ରମା କରିବା ପରେ ଆୟୋଜିତ ଶ୍ରମିକ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଶ୍ରମିକ ମାନଙ୍କ ଉପରେ ଆସୁଥିବା ଆକ୍ରମଣ କୁ ଦୁର୍ବାର ସଂଗଠନ ହଁ ପ୍ରତିହତ କରି ପାରିବ, ତେଣୁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ହେବାକୁ ସେ ପରାମର୍ଶ ଦେଇଥିଲେ। ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଶ୍ରମିକ ଦିବସ ରେ ସଂଗଠନ ର ରକ୍ତ ପତଳା ଉତ୍ତୋଳନ କରିବା ସହିତ ସମାବେଶ ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ମୁଖ୍ୟ ବକ୍ତା ଭାବରେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି,ଅନ୍ୟତମ ବକ୍ତା ଭାବେ ସିଟୁ ଜିଲ୍ଲା ସଂପାଦକ ଆଇନଜୀବୀ ରାଜ କିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡଃ ଆଶୁତୋଷ ନାୟକ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଶ୍ରମିକ ଦିବସ ର ଇତିହାସ, ଆଗାମୀ ଦିନରେ ଶ୍ରମିକ ଶ୍ରେଣୀ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜ ଓ ଏହା ର ପ୍ରତିକାର ପାଇଁ ଶ୍ରମିକ ଶ୍ରେଣୀ ର ଐକ୍ୟବଦ୍ଧ ସଂଗ୍ରାମ ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନିୟନର ଉପଦେଷ୍ଟା ଆକୁଳି ଚନ୍ଦ୍ର ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ୟୁନିୟନର ଉପ ସାଧାରଣ ସମ୍ପାଦକ ସୁବ୍ରତ ମିଶ୍ର,ଉପ ସଭାପତି ବିଜୟ ପ୍ରଧାନ,ମୈ।ସମ ଦାସ,କପିଳ ପୃଷ୍ଟି, ପ୍ରଦୀପ ଭୋଳ, ହୃଦାନନ୍ଦ ମହାକୁଡ଼ ପ୍ରମୁଖ ବକ୍ତବ୍ୟ ଦେଇ ଟାଟା ପାୱାର କମ୍ପାନୀ ଶ୍ରମିକ ଶୋଷଣ ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନ ସହିତ ସଂଗଠନ କୁ ଶକ୍ତିଶାଳୀ କରିବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ରେ ବହୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ସାମିଲ ହୋଇଥିଲେ।

