ରାଉରକେଲା:2//5,(ଉତ୍କଳ ସମାଚାର)ଆଇସିଏସଇ ମାଟ୍ରିକ ଓ ଆଇସିସି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ସ୍କୁଲକୁ ଗୈ।ରବାନ୍ବିତ କରିଛନ୍ତି। ଚଳିତ ବର୍ଷ ଶତପ୍ରତିଶତ ଛାତ୍ର ଛାତ୍ରୀ ମାନେ ପାସ୍ କରି ଏଭଳି ଗୈ।ରବ ଆଣିଛନ୍ତି। ଏନେଇ ସେକ୍ଟର ୨୦ ସ୍ଥିତ ଏସଏସଆରଭିଏମ୍ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଫଳତା ପାଇଁ ସ୍କୁଲର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଙ୍କୁ ଉତ୍ତରୀୟ, ପୁଷ୍ପ ଓ ମିଷ୍ଟାନ୍ନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ନିର୍ଦ୍ଦେଶକ ଡ ଦାସ ସଫଳ ହୋଇଥିବା ତଥା ସ୍କୁଲ କୁ ଗର୍ବିତ କରିଥିବା ଯୋଗୁଁ ସମସ୍ତଙ୍କୁ ଆଶ୍ରିବଚନ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଆଗାମୀ ଭବିଷ୍ୟତ ଛାତ୍ର ଛାତ୍ରୀଙ୍କ ପାଇଁ ଶୁଭମୟ ହେଉ ବୋଲି କାମନା କରିଥିଲେ। ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନେ ଏହାର ଶ୍ରେୟ ସ୍କୁଲର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଦେଇଥିଲେ। କାର୍ଯ୍ୟକ୍ରମରେ ଦ୍ବାଦଶ ଶ୍ରେଣୀର ୫ ଜଣ ଓ ଦଶମ ଶ୍ରେଣୀର ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି, ପ୍ରଶାସନିକ ଅଧିକାରୀ ସୁଚିନ୍ଦ୍ରମ ସେନଗୁପ୍ତ, ଫର୍ଟିଲାଇଜର ସ୍କୁଲର ଅଧ୍ୟକ୍ଷା ଭାରତୀ ଦାସ ଙ୍କ ସମେତ ବହୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ ହରପ୍ରିତ କୈ।ର ମଞ୍ଚ ସଂଯୋଜନା କରିଥିଲେ।

