ସମ୍ବଲପୁର,୦୩/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବଳମ ଉଚ୍ଚବିଦ୍ୟାଳ ର ଛାତ୍ର ତଥା ବଳମ ଗ୍ରାମ ନିବାସୀ ସିତଳା ସାହୁ ଙ୍କ ପୁତ୍ର ଶ୍ରୀମାନ ରଶ୍ମି ରଞ୍ଜନ ସାହୁ ୫୫୦ ମାର୍କ ଅର୍ଥାତ ଶତକଡ଼ା ୯୧.୬୬ ହାସଲ କରି ନାକଟିଦେଉଳ ବ୍ଳକ୍ ର ଟପ୍ପର ହୋଇଛନ୍ତି । ସେ ପୂର୍ବରୁ ବ୍ଳକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଛନ୍ତି । ନାକଟିଦେଉଳ ବ୍ଳକ୍ ର ଗର୍ବ ତଥା ଗୌରବ ରଶ୍ମିରଞ୍ଜନ ଙ୍କୁ ବଳମ ଉଚ୍ଚ ବିଦ୍ୟାଳୟ, ବଳମ ଶିଶୁ ମନ୍ଦିର, ବଳମ ର ବିଭିନ୍ନ ଯୁବକ ସଂଘ, ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ, ପଞ୍ଜାବ ନେସନାଲ ବେଙ୍କ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

