ରାଉରକେଲା:3//5,(ଉତକ ସମାଚାର)ଆଜି ୟୁଜିଆଇଇ ଆଲୁମିନି ଆସୋସିଏସନ ର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସାଧାରଣ ପରିଷଦ ବୈଠକ ରେ ଅନୁଷ୍ଠାନ ର ସଭାପତି ଇଂ ଆଦିତ୍ୟ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ଓ ନିଜ ଅଭିଭାଷଣରେ ଅନୁଷ୍ଠାନର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଛି ବୋଲି କହିବା ସହ ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକ୍ରମ କରିବାପାଇଁ ଚେଷ୍ଟା କରାଯିବ ବୋଲି ମତ ରଖିବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଓ ଶୁଭେଛୁ ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଇଂ ଶୁଭେନ୍ଦୁ ପଣ୍ଡା ତାଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ୨୦୨୫-୨୬ ରେ ଅନୁଷ୍ଠାନର ରକ୍ତ ଦାନ ଶିବିର, ୟୁଜିଆଇଇ ର ସ୍ଥାପନା ଦିବସ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯଥା ନୂତନ ମୁଖ୍ୟ”ଜ୍ଞାନ ଦ୍ୱାର” ଉଦଘାଟିତ ଏବଂ ଅନ୍ୟନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଓ କିଛି କାମ ବାକି ଥିବାରୁ ତାକୁ ମଧ୍ୟ କରିବା ପାଇଁ ଆମ ଅନୁଷ୍ଠାନ ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ। ବହୁ ପ୍ରତିକ୍ଷିତ ବାର୍ଷିକ ପୁରାତନ ଛାତ୍ର ସମ୍ମିଳନୀ ସମସ୍ତ ଙ୍କ ସାହାଯ୍ୟ ଓ ସହଯୋଗ ରେ, ଅତି ଆଡମ୍ବରରେ ଓ ସୋହାର୍ଦ୍ଦପୂର୍ଣ୍ଣ ବାତାବରଣରେ ସମ୍ପାଦନ ହୋଇଥିଲା। ସେଇଥିପାଇଁ ସମସ୍ତ ଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ୨୦୨୬-୨୭ ପାଇଁ ବିଭିନ୍ନ କାର୍ଯ୍ୟକଳାପ ରିପୋର୍ଟ ପ୍ରସ୍ତୁତ କରାଗଲା। ଏହାପରେ ଅନୁଷ୍ଠାନ ର କୋଷାଧକ୍ଷ ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ ତାଙ୍କର ବାର୍ଷିକ ଆୟ ଓ ବ୍ୟୟ ହିସାବ ପରିବେଷଣ କରିଥିଲେ। ଏହି ସମସ୍ତ ପ୍ରସ୍ତାବ କୁ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ ଓ ନିଜ ନିଜର ମନ୍ତ୍ୟବ୍ୟ ଦେଇ ପ୍ରସ୍ତାବ କୁ ପାସ୍ କରିଥିଲେ। ଏହାପରେ ଇଂ ବୈଲୋଚନ ସାମଲ ଧନ୍ୟବାଦ ଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ନିର୍ଵାଚନ ଅଧିକାରୀ ଆଇନଜୀବୀ ବୁଦ୍ଧିରାମ ସ୍ୱାଇଁ ଙ୍କୁ ଅନୁରୋଧ କରିଥିଲେ। ଆଶ୍ସୋସିଏସନ ର ଅଧିନିୟମ ଅନୁସାରେ ମୁଖ୍ୟ ପୃଷ୍ଠପୋଷକ ଭାବେ ୟୁଜିଆଇ ର ଅଧ୍ୟାପକ ଶରତ କୁମାର ମୁଦୁଲି, ପୃଷ୍ଠପୋଷକ ଭାବେ ଇଂ ପ୍ରଭାତ ମହାପାତ୍ର, ଇଂ ସାରଦା ପ୍ରସାଦ ନାୟକ, ଇଂ ଜୁଏଲ ଓରାମ, ଇଂ ବିଶେଶ୍ୱର ଟୁଡୁ, ଇଂ ଆଦିତ୍ୟ କୁମାର ମହାପାତ୍ର , ସଭାପତି ଇଂ ବୈଲୋଚନ ସାମଲ, କାର୍ଯ୍ୟକାରୀ ସଭାପତି ଇଂ ପ୍ରଶାନ୍ତ କୁମାର ବେହେରା, ଉପସଭାପତି ଇଂ ଅବନୀ ଭୂଷଣ ଦେଓ,ଇଂ ଲଳିତେନ୍ଦୁ ମିଶ୍ର, ଇଂ ସାଜଲ ବାନାର୍ଜୀ, ଇଂ ଅନାଦି ଚରଣ ବିଶ୍ୱାଳ, ଇଂ ଚିତ୍ତ ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଇଂ ଶୁଭେନ୍ଦୁ ପଣ୍ଡା, ସାଂସ୍କୃତିକ ସମ୍ପାଦକ ଇଂ ତାପସ କୁମାର ଜେନା, କାର୍ଯ୍ୟକାରୀ ସମ୍ପାଦକ ଇଂ ନୀଳାମ୍ବର ମହାଳିକ, ସାମାଜିକ କାର୍ଯ୍ୟକ୍ରମ ସମ୍ପାଦକ ଇଂ ସଂଜୀବ ପୌଲ, ସମ୍ପାଦକ ଉନ୍ନତିକରଣ ଇଂ ପ୍ରଦୀପ କୁମାର ସାହୁ, ଲୋକ ସମ୍ପର୍କ ସମ୍ପାଦକ ଇଂ ଜୟନ୍ତ କୁମାର ରାଉତରାୟ, କୋଷାଧକ୍ଷ ଇଂ ପ୍ରଭାତ ରଞ୍ଜନ ତ୍ରିପାଠୀ, ସହ କୋଷାଧକ୍ଷ ଇଂ ମନୋଜ କୁମାର ମହନ୍ତ, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ଇଂ ହିମାଂଶୁ ଶେଖର ପ୍ରଧାନ, ଇଂ କୌସ୍ତୁବ ଭୂଷଣ ପଣ୍ଡିତ, ଇଂ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଇଂ ସରୋଜ ସାହୁ, ଇଂ ରଂଜିତ ଦାସ, ଇଂ ପଙ୍କଜ କୁମାର ସାମନ୍ତ, ଇଂ ଜିତେନ୍ଦ୍ର ଶତପଥୀ, ଡ଼କ୍ଟର ସୁଭାଷିନୀ ଜେନା, ଇଂ ଶଶିକାନ୍ତ ବେହେରା ଓ ଇଂ ଅମର ସାହୁ,ପରାମର୍ଶଦାତା ଭାବେ ମେଜର ମାଂସପେଶୀ ଚକ୍ରଧର ପରିଡ଼ା,ଇଂ ଡ଼କ୍ଟର ସମୀର କୁମାର ଆଚାର୍ଯ୍ୟ , ଇଂ ବସନ୍ତ ସେନାପତି, ଇଂ ଡ଼କ୍ଟର ଯତୀନ୍ଦ୍ର ନାୟକ, ଇଂ ପଞ୍ଚାନନ ବେହେରା ସର୍ବସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୂପେ ଓ ସମସ୍ତଙ୍କ ସହମତି କ୍ରମେ ସୁରୁଖୁରୁରେ ପାଳନ କରାଯାଇଥିଲା। ନିର୍ବାଚନ ଅଧିକାରୀ ବୁଦ୍ଧିରାମ ସ୍ୱାଇଁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ବିଦାୟୀ ସଭାପତି ଇଂ ଆଦିତ୍ୟ କୁମାର ମହାପାତ୍ର ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଆନ୍ତରିକ ଅଭିନନ୍ଦନ ଓ ତାଙ୍କର ଅନୁଷ୍ଠାନ ପ୍ରତି ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ ପଦାଧିକାରୀ ନିର୍ବାଚନ ପ୍ରକ୍ରିୟା କୁ ସୁଚାରୁ ରୂପେ ସମ୍ପାଦନ କରିବାରେ ଇଂ ଧନେଶ୍ୱର ନନ୍ଦ,ଇଂ କେ ନରେନ୍ଦ୍ର ପାତ୍ର, ଇଂ ରତ୍ନାକର ଖଣ୍ଡୁଆଳ,ଇଂ ଶିବ ପ୍ରସାଦ ସାହୁ, ଇଂ ଜଗନ୍ନାଥ ଜେନା,ଇଂ ଶ୍ରୀନିବାସ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

