କେନ୍ଦୁଝର,4//5,(ଉତ୍କଳ ସମାଚାର) ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ “ଶକ୍ତିଶ୍ରୀ ସଚେତନତା” କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଡ. ଲଳିତ୍ ରଂଜନ ସାହୁ । ଡ. ସାହୁ , ସମାଜରେ ସଚେତନତା ବୃଦ୍ଧି ଓ ଯୁବ ସମାଜର ଭୂମିକା ବିଷୟରେ ଅଲୋକପାତ କରିଥିଲେ ଏବଂ ସଂଯୋଜିକା ଭାବେ ଡ. ଆଲଫା ସରିତା ମହାନ୍ତି ଦାୟିତ୍ୱ ପାଳନ କରିଥିଲେ। ସେ ସମସ୍ତ ବିଭାଗରୁ ଜଣେ ଲେଖାଏଁ ଛାତ୍ରୀ ପ୍ରତିନିଧି ମାନଙ୍କୁ ନେଇ ଏକ ଦଳ ଗଠନ କରି ସଚେତନତାକୁ ଆହୁରି ସୁଦୃଢ଼ କରାଯିବ ବୋଲି ମତ ରଖିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ରାମଚନ୍ଦ୍ର ମଲ୍ଲ ଯୋଗଦେଇ ଛାତ୍ରୀଙ୍କୁ ସଚେତନ ଓ ଉତ୍ସାହିତ କରିଥିଲେ । ଏହି ଅବସରରେ ରେଡକ୍ରସ ଅଧିକାରୀ ଡ. ମୋନାଲିସା ଦାସ ଓ ଜାତୀୟ ସେବା ଯୋଜନା (NSS) ଅଧିକାରୀ ଡ. ନିବେଦିତା ଦାସ ଉପସ୍ଥିତ ରହି ସଚେତନତାମୂଳକ ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ଦେଖାଯାଇଥିଲା ଏବଂ ସଚେତନତା ବାର୍ତ୍ତା ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ଶେଷରେ ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଶ୍ରୀମତୀ ଗୀତାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

