ରାଉରକେଲା ୬/୫,(ଉତ୍କଳ ସମାଚାର) ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନ ପକ୍ଷରୁ ଆଜି ନବନିର୍ବାଚିତ କର୍ମକର୍ତ୍ତାଙ୍କ ୧୫ତମ ଶପଥ ଗ୍ରହଣ ଉତ୍ସବ ବ୍ରାହ୍ମଣୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ୧୫ତମ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମଳୟ ମଣ୍ଡଳ ଏବଂ ସମ୍ମାନିତ ଅତିଥି ଭାବରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସାଧାରଣ ସମ୍ପାଦକ ଶୁଭମ୍ କାପୁର ଯୋଗଦେଇ ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ୧୫ତମ ଶପଥଗ୍ରହଣ ଉତ୍ସବରେ ଶପଥପାଠ କରାଇଥିଲେ। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ନବନିର୍ବାଚିତ ସଭାପତି ଭାବରେ ବିଜୟ ପ୍ରଧାନ, ଉପସଭାପତି ଭାବରେ ମନୋଜ କୁମାର ସିଂହ, ସାଧାରଣ ସମ୍ପାଦକ ଭାବରେ ବିଶ୍ବରଞ୍ଜନ ବେଉରିଆ (ମିଟୁ ବେଉରିଆ), ସହ-ସମ୍ପାଦକ ଭାବରେ ବିଜୟ ଚୌଧୁରୀ ଏବଂ ସନ୍ତୋଷ କୁମାର ଯାଦବଙ୍କ ସମେତ କୋଷାଧ୍ୟକ୍ଷ ଭାବେ ଦିନେଶ ସାହୁ ନିର୍ବାଚିତ ହୋଇଛନ୍ତି। ଆଜିର ୧୫ତମ ଶପଥଗ୍ରହଣ ଉତ୍ସବ ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ, ୧୫ତମ ଶପଥ ଗ୍ରହଣ ଉତ୍ସବରେ ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ନବନିର୍ବାଚିତ ସଭାପତି ବିଜୟ ପ୍ରଧାନ ଏବଂ ସାଧାରଣ ସମ୍ପାଦକ ବିଶ୍ବରଞ୍ଜନ ବେଉରିଆଙ୍କୁ ଶପଥପାଠ କରାଇଥିଲେ ମୁଖ୍ୟ ଅତିଥି ତଥା ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମଳୟ ମଣ୍ଡଳ। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ନବନିର୍ବାଚିତ ଉପସଭାପତି ମନୋଜ କୁମାର ସିଂହ, ସହ-ସମ୍ପାଦକ ବିଜୟ ଚୌଧୁରୀ ଏବଂ ସନ୍ତୋଷ କୁମାର ଯାଦବ ଏବଂ କୋଷାଧ୍ୟକ୍ଷଙ୍କୁ ଶପଥପାଠ କରାଇଥିଲେ ସମ୍ମାନିତ ଅତିଥି ତଥା ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସାଧାରଣ ସମ୍ପାଦକ ଶୁଭମ୍ କାପୁର। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବରେ ରାଜଗାଙ୍ଗପୁର ଟ୍ରକ୍ ଓନର୍ସ ଆସୋସିଏସନର ସଭାପତି ରାକେଶ ନନ୍ଦ, ସାଧାରଣ ସମ୍ପାଦକ ମନୋଜ ବାଙ୍କିଆଙ୍କ ସମେତ ପ୍ରକାଶ ପାଢୀ, ସଞ୍ଜୟ ମିଶ୍ରଙ୍କ ସମେତ ରାଉରକେଲା ଟ୍ରକ୍ ଓନର୍ସ ଆସୋସିଏସନ ଏବଂ ରାଉରକେଲା ଟ୍ରେଲର ଓନର୍ସ ଆସୋସିଏସନର କର୍ମକର୍ତ୍ତା ଏବଂ ସଭ୍ଯମାନେ ମଧ୍ଯ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଥିଲେ। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ସଭାପତି ବିଜୟ ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଉରକେଲା ଓଡ଼ିଶାର ଏକ ପ୍ରମୁଖ ସହର ହୋଇଥିବା ବେଳେ ସହର ପାଇଁ ପ୍ରସ୍ତାବିତ ଟ୍ରାନ୍ସପୋର୍ଟ ନଗର ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ସଭାପତି ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିବା ସହିତ ଲୋର୍ଡିଂ ସମସ୍ୟାକୁ ନେଇ ଏକତାର ଆହ୍ବାନ ଦେଇଥିଲେ। ଏଥିସହିତ ରାଜଗାଙ୍ଗପୁର ଟ୍ରକ୍ ଓନର୍ସ ଆସୋସିଏସନ ମଧ୍ଯ ଓସିଏଲ୍ ସିମେଣ୍ଟ ଲିମିଟେଡ ଲୋଡିଂ ସମସ୍ଯାର ସମ୍ମୁଖୀନ ହେଉଛନ୍ତି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ରାଉରକେଲା ଇସ୍ପାତ କାରଖାନା ମଧ୍ୟ ଅନୁଗୁଳର ୬ ଚକିଆ ଟ୍ରକମାନଙ୍କୁ ଲୋଡିଂ ଦେଉଥିବା ବେଳେ ରାଉରକେଲାର ଟ୍ରକମାନଙ୍କୁ ଲୋଡିଂ ଦେଉନଥିବା ତାଙ୍କ ବକ୍ତବ୍ୟରେ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଏହାକୁ ନେଇ ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନ ସମେତ ଅନ୍ୟାନ୍ୟ ତିନୋଟି ଆସୋସିଏସନ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ବିରୋଧରେ ଲୋଡିଂ ସମସ୍ଯାକୁ ନେଇ ଏକଜୁଟ ହୋଇ ଆନ୍ଦୋଳନ କରାଯିବ ବୋଲି ଆହ୍ଵାନ ଦେଇଥିଲେ। ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ବିଶ୍ବରଞ୍ଜନ ବେଉରିଆ ତାଙ୍କ ବକ୍ତବ୍ୟରେ ସଭାପତି ବିଜୟ ପ୍ରଧାନଙ୍କ ଆହ୍ବାନକୁ ସମର୍ଥନ କରି ଏକଜୁଟ ହେବା ପାଇଁ ଆହ୍ବାନ ଦେଇଥିଲେ।ମୁଖ୍ୟ ଅତିଥି ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମଳୟ ମଣ୍ଡଳ ତାଙ୍କ ବକ୍ତବ୍ୟରେ ରାଉରକେଲା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ ବୋଲି କହିବା ସହିତ ରାଉରକେଲାରୁ ଲୋକସଭା ଓ ରାଜ୍ଯସଭାର ଦୁଇଜଣ ସାଂସଦ ରହିଥିଲାବେଳେ ମାଣ୍ଡିଆକୁଦର ଠାରେ ଟ୍ରାନ୍ସପୋର୍ଟ ନଗର ନିର୍ମାଣ ପାଇଁ ୧୪ ଏକର ଜମି ନିଆଯାଇଥିଲା ବେଳେ ଏହାର ସଦୁପଯୋଗ କରିବା ପାଇଁ ଏକତା ହିଁ ଆବଶ୍ୟକ ବୋଲି ଗୁରୁତ୍ବାରୋପ କରିଥିଲେ।ବେଦବ୍ଯାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବରେ ଅନୁପ କୁମାର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ମଞ୍ଚ ସଞ୍ଚାଳନ କରିଥିଲେ ଧର୍ମେନ୍ଦ୍ର ଦୁବେ।

