ସମ୍ବଲପୁର,୦୬/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ଏତଦ୍ୱାରା ଆପଣମାନଙ୍କୁ ସୂଚିତ କରାଯାଉଛି କି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପୀଠରେ ବିରାରାଧୀନ ଥିବା ମୋକଦ୍ଦମା ଗୁଡ଼ିକୁ ମଧ୍ଯସ୍ଥତା ମାଧ୍ୟମରେ ଫଇସଲା କରିବାପାଇଁ ଏକ ସ୍ବତନ୍ତ୍ର ଲୋକ ଅଦାଲତ ତା ୨୧/୦୮/୨୦୨୬ ରିଖ, ତା ୨୨/୦୮/୨୦୨୬ ରିଖ ଏବଂ ତା ୨୩/୦୮/୨୦୨୬ରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ହେବ । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବୈବାହିକ ମୋକଦ୍ଦମା, ଦୁର୍ଘଟଣା ଜନିତ ମୋକଦ୍ଦମା, ଚେକବାଉନ୍ସ ମୋକଦ୍ଦମା, ଜମି ଅଧିଗ୍ରହଣ ମୋକଦ୍ଦମା, ଫୌଜଦାରୀ କମ୍ପାଉଡ଼େବଲ ମୋକଦ୍ଦମା, ଶ୍ରମ ଆଇନ ଜନିତ ମୋକଦ୍ଦମା ଏବଂ ଏହିଭଳି ଅନ୍ୟ ମୋକଦ୍ଦମା ଯାହା ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ ସେଗୁଡିକୁ ଏହି ସ୍ବତନ୍ତ୍ର ଲୋକ ଅଦାଲତ ରେ ମଧ୍ଯସ୍ଥିତା ମାଧ୍ୟମରେ ସମାଧାନ କରିବାକୁ ସ୍ଥିରୀକୃତ କରିଛନ୍ତି । ଯଦି ଆପଣଙ୍କର ଉପରୋକ୍ତ କୌଣସି ପ୍ରକାର ମୋକଦ୍ଦମା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପୀଠରେ ବିଚାରାଧୀନ ଅଛି ଏବଂ ଆପଣ ଏହାର ସମାଧାନ ମଧ୍ୟସ୍ଥିତା ମାଧ୍ୟମରେ କରିବାକୁ ଚାହୁଁଛନ୍ତି ତେବେ* ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ ।
