କେନ୍ଦୁଝର :8//5,(ଉତ୍କଳ ସମାଚାର)କେନ୍ଦୁଝର ରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଓ ଯୁବ ରେଡ଼କ୍ରସ ୟୁନିଟ ଧରଣୀଧର ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗ ରେ ପାଳିତ ହୋଇଯାଇଛି, ବିଶ୍ଵବିଦ୍ୟାଳୟ ଅଡିଟରୀୟମ ରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବ ରେ କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଳା ଏମର୍ଜେନ୍ସି ଅଫିସର ଅଭିଳାଷ ପୁରୋହିତ, ସମାଜସେବୀ ଧରିତ୍ରୀ ରାଉତ, ସିପିଜିସି ଡ଼ିଡ଼ି ବିଶ୍ୱବିଦ୍ୟାଳୟ ପ୍ରଭୁପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଜିଲ୍ଳା ରେଡ଼କ୍ରସ ଏ ଆର ଖାନ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଜିଁ ହେନେରୀ ଡୁନାଣ୍ଟ ଙ୍କ ଜୀବନାଦର୍ଶ, କାର୍ଯ୍ୟଧାରା ର ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଆଜି କିପରି ଏହା ମାନବଜାତି ର କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରିଛି ପ୍ରକାଶ କରିଥିଲେ, ଜିଲ୍ଳା ଯୁବ ରେଡ଼କ୍ରସ ସଂଯୋଜିକା ଡ଼ଃ ମମତା ମଞ୍ଜରୀ ପଣ୍ଡା ସ୍ୱାଗତ ଭାଷଣ ଦେବା ସହିତ ଆଭିମୁଖ୍ୟ ସମ୍ପର୍କ ରେ ବର୍ଣ୍ଣନା କରିଥିଲେ, ସୁଶ୍ରୀ ଆୟୁଷି କର ଉତ୍ସବ ସଂଚାଳନ କରିଥିବାବେଳେ ଯୁବ ରେଡ଼କ୍ରସ କାଉନସିଲର ଶୁକଦେବ ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ, ଏ ଅବସର ରେ ଅତିଥି ବୃନ୍ଦ ଯୁବ ରେଡ଼କ୍ରସ ସ୍ବେଛାସେବୀ, କନିଷ୍ଠ ରେଡ଼କ୍ରସ କାଉନସିଲର ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରଥିଲେ, ଯୁବରେଡ଼କ୍ରସ ପକ୍ଷରୁ ଏକ ଜଳଛତ୍ର ଲୋକାର୍ପଣ କରାଯିବା ପରେ ଅତିଥି ବୃନ୍ଦ ଜିଲ୍ଳାକାରାଗାର ରେ ଅନ୍ତେବାସୀ ଙ୍କ ନିମନ୍ତେ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପରିଦର୍ଶନ କରିଥିଲେ, ଶତାଧିକ ଅନ୍ତେବାସୀ ଙ୍କ ହୃଦ ସମସ୍ୟା,ଇସିଜି ଟେଷ୍ଟ,ବ୍ଲଡ଼ ସୁଗାର, ବ୍ଲଡ଼ ପ୍ରେସର, ଦନ୍ତ ପରୀକ୍ଷା, ଓଜନ ପରୀକ୍ଷା ଇତ୍ୟାଦି ହୃଦୟ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ,ଦନ୍ତ ବିଶେଷଜ୍ଞ ଡାକ୍ତର ସଂଜୀବ ଓତା, ଜିଲ୍ଳା ମୁଖ୍ୟଚିକିତ୍ସାଳୟ ଭେଷଜ ବିଶେଷଜ୍ଞ ଙ୍କ ଦ୍ୱାରା କରାଯାଇ ନିଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଧରଣୀଧର ବିଶ୍ୱ ବିଦ୍ୟାଳୟ ଅଧ୍ୟାପିକା ଡ଼ଃ ଅରୁନ୍ଧତୀ ଓଝା, ଡ଼ଃ ସୁମନ୍ତ୍ର ନାଏକ ଙ୍କ ସକ୍ରିୟ ସହଯୋଗ ରେ ଉତ୍ସବ ଟି ଆକର୍ଷଣୀୟ ହୋଇ ପାରିଥିଲା

