ସମ୍ବଲପୁର,୧୪/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ତତ୍ତ୍ଵାବଧାନ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନିର୍ଦ୍ଧେଶକ୍ରମେ ସ୍ଥାନୀୟ ଗୋଲବଜାର ଛକ ଠାରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଉପସ୍ଥିତ ନେତୃମଣ୍ଡଳୀ ଏବଂ କର୍ମୀ ମାନେ ବାରମ୍ବାର ନିଟ୍ ପରୀକ୍ଷା ପତ୍ର ବାତିଲ ହେଉଥିବାରୁ ଗଭୀର କ୍ଷୋଭ ପ୍ରକଟ କରିବା ସହ ବର୍ତ୍ତମାନର ବିଜେପି ସରକାରଙ୍କ ଚରମ ଅବହେଳା ଯୋଗୁଁ ଆଜି ୨୨ ଲକ୍ଷ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧକାରମୟ ହେବାକୁ ଯାଉଛି, ଗତ ବର୍ଷ ମଧ୍ୟ ସମାନ ଢଙ୍ଗରେ ଠିକ୍ ପରୀକ୍ଷାର କିଛି ଦିନ ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା I ଯଦ୍ୱାରା ଛାତ୍ରଛାତ୍ରୀ ମାନେ ଯେଉଁ ମାନେ ବର୍ଷ ତମାମ ଦିନ ରାତି ଅନିଦ୍ରା ପୂର୍ବକ ନିଜର ପ୍ରଚେଷ୍ଟା କରୁଥିଲେ ଆଜି ସେମାନଙ୍କର ଆତ୍ମବିଶ୍ବାସ ଭାଙ୍ଗିବାରେ ବସିଛି ବୋଲି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିବା ସହ ବର୍ଷିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୋଷ ମହାନ୍ତି (ଜୁପୁନା), ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅନମୋଲ ଦାସ ସଂଯୋଜନା କରିଥିଲେ ଏବଂ ବରିଷ୍ଠ ବିଜେଡି ନେତା ବସନ୍ତ ମିଶ୍ର, ଆନନ୍ଦ ବଡ଼ଗାୟନ, ସୁରୁବାବୁ ମେହେର, ଏମ୍ ଡି ସନାଉଲା, ସତ୍ୟେନ୍ଦ୍ର ଦାସ, ଅଶୋକ ସେନାପତି, ସୁବାସ ଜେନା, ରାଜେଶ ମିଶ୍ର, ରୁଦ୍ର ଷଡ଼ଙ୍ଗୀ, ଅଜୀମ ଅଜ୍ଜୁ, ଅଶୋକ ପଟେଲ, ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ, ଶୁକେଶ ସିଂ, ଗୋକୁଳ ମେହେର, ରବୀନ୍ଦ୍ର ସିଂ, ସନ୍ତୋଷ ମହାନ୍ତି, ଯୁଲ୍ଫିକର୍ ଅଲି ଭୂଲ୍ଟୋ , ସୁରେନ୍ଦ୍ର ବିଶ୍ବାଳ, ପ୍ରଶାନ୍ତ ନାୟକ, ଆଶୁତୋଷ ସ୍ୱାଇଁ, ପ୍ରତାପ ତପନ, ସୋମ ପ୍ରକାଶ ବେହେରା, ଦୁଲାଲ ରାୟ, ମଞ୍ଜୁ ଓରାମ, ଅରୁଣ ସାହୁ, ଭାସ୍କର ଦାସ, ସୁରେନ୍ଦ୍ର ବିଶ୍ବାଳ, ପ୍ଲାବନ ବୋହିଦାର, ଦେବାଶିଷ ବାଗ, ଚିନ୍ତା ବାଗ, ଏମ୍ ଡି ସକିର, ଏସ କେ ମୋନୋ, ଦିଲ୍ଲୀପ ବୋଷ, ଚିତ୍ତରଞ୍ଜନ ନାୟକ, ସୁରଜ ଦୋରା, ଗଣେଶ କରାଲି, ଶିବ ସାହୁ, ସମୀର ମହାପାତ୍ର, ଲୋକନାଥ ଖମାରୀ, ରୀଙ୍କୁ ପୁରୋହିତ, ଶେଷଦେବ ମହାକୁଡ, କୁନା ପ୍ରଧାନ, ସୁରଜ ଦୋରା, ରେଣୁବାଲା ମରେଇ ଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଏବଂ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

