ନବରଙ୍ଗପୁର ତା ୧୫.୫.୨0୨୬:(ଉତ୍କଳ ସମାଚାର) ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ତିନୋଟି ଜିଲ୍ଲା ଯଥା ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ର ପେନସନ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିl ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ଙ୍କ ସମେତ ଡେପୁଟି କଲେକ୍ଟର ପ୍ରତିଷ୍ଠାନ ସମିନା ଆଖତାରି , ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନସନ ସମ୍ଭନ୍ଧୀୟ କୌଣସି ଆପତ୍ତି ଅଭିଯୋଗ ଯଦି ଥାଏ ତେବେ ପେନସନ ଅଦାଲତରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଗଲା। ସରକାରୀ କର୍ମଚାରୀଙ୍କ ପାଇଁ ଏହା କୋରାପୁଟ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ତା:୨୧.୦୫.୨୬ ରିଖ ଦିନ ପୂର୍ବାହ୍ନ ୦୯:୦୦ ଘଟିକା ଠାରୁ ଏବଂ ପୋଲିସ ବିଭାଗର କର୍ମଚାରୀଙ୍କ ପାଇଁ ତା:୨୨.୦୫.୨୬ ରିଖ ପୂର୍ବାହ୍ନ ୯:୦୦ ଘଟିକା ଠାରୁ ଅନୁଷ୍ଟିତ ହେବ ।ଯେଉଁ ହିତାଧିକାରୀଙ୍କ ପେନସନ ସମ୍ବନ୍ଧୀୟ କୌଣସି ଆପତ୍ତି କିମ୍ବା ଅଭିଯୋଗ ରହିଛି ସେମାନେ ଉପରଲିଖିତ ସମୟ ଓ ସ୍ଥାନରେ ଉପସ୍ଥିତ ରହି ନିଜର ଅଭିଯୋଗର ସମାଧାନ ପାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
