ପାପଡାହାଣ୍ଡି, 17//05-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝିଟିକିଗୁଡା ଜାତୀୟରାଜପଥ ଠାରେ ଟ୍ରଲର ଓ କାର ମୁହାଁମୁହିଁ ଧକ୍କାରେ ଦୁଇ ମହିଳା ମୃତ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି.ସମସ୍ତ ଙ୍କୁ ଉଦ୍ଧାର କରାଯାଇ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି.ସୂଚନା ଅନୁଯାୟୀ ଆନ୍ଧ୍ର ର ଗୋଟିଏ ପରିବାର ର ଦୁଇ ମହିଳା, ଦୁଇ ପୁରୁଷ ଜଣେ ଶିଶୁ AP40EP1223 କାର ଯୋଗେ ପୁରୀ ଠାରୁ ନବରଙ୍ଗପୁର ଶଶୁର ଘରକୁ ଫେରୁଥିଲେ. ଏହି ସମୟରେ ଏକ ଟ୍ରଲର TN28BK6116 କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା. ଘଟଣାସ୍ଥଳ ରେ ତୁରନ୍ତ ପୋଲିସ ଅଗ୍ନିଶ୍ରମ ବିଭାଗ ବିଭାଗ ପହଁଚି 5 ଜଣ କୁ ଉଦ୍ଧାର କରିଥିଲେ. ସମସ୍ତ କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ. ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳା କୁ ମୃତ ଘୋଷଣା କରିଥିଲେ.ଆଉ ତିନି ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପୂର୍ଣ ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର କରାଯାଇଛି.

