ପାପଡାହାଣ୍ଡି:18//5:(ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ର ଜଟାବାଲ ଠାରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି. ଏହି ସମାବେଶ ରେ ମହିଳା ମାନେ ଇଣ୍ଡିଆ ମେଣ୍ଟ ର ସବୁ ବିରୋଧୀ ଦଳ ମହିଳା ଆରକ୍ଷଣ ବିଲକୁ ବିରୋଧ କରିଥିବାରୁ ତାଙ୍କ ବିରୋଧ ରେ ନାରା କରି ଗ୍ରାମ ପରିକ୍ରମା କରିଥିଲେ ଓ ବିରୋଧୀ ଙ୍କ କୁଶପିତୁଳିକା ଦାହ କରିଥିଲେ ତାପରେ ମନ୍ଦିର ପାଖରେ ସଭା ର ଆୟୋଜନ କରାଗଲା ଏଥିରେ ମୁଖ୍ୟ ଅତିଥି ଭାବେପୂର୍ବତନ ଏମ ପି ଶ୍ରୀମାନ ପର୍ଶୁରାମ ମାଝୀ ଓ ରାଜ୍ୟ ଯୁବମୋର୍ଚା ସମ୍ପାଦିକାଶ୍ରୀମତୀ ସତନ୍ଦୀ ପାଲ ସନ୍ନମାନୀୟ ଅତିଥି ଭାବେ ଏସ. ଡି ସି ସଭାପତି ଶ୍ରୀମତୀ ବାସନ୍ତୀ ମାଝୀ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପଦ୍ମିନୀ ମାଝୀ, ଏସ. ଡି. ସି ଉପାଧ୍ୟକ୍ଷଶ୍ରୀଯୁକ୍ତ ଲିଙ୍ଗରାଜ ଭତ୍ରା, ପୂର୍ବତନ କାର୍ଯ୍ୟକାରି ଶ୍ରୀମତୀ ମନରୋମା ନାୟକ, ଆଦିବାସୀ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୋମନାଥ ପୂଜାରୀ, ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ହରିମୋହନ ଶର୍ମା, ପାପଡାହାଣ୍ଡି ମଣ୍ଡଳ ସଭାପତି ମନୋଜ ଅଗ୍ରବାଲ, ବି ଯେ ପି ସଭ୍ୟ ତ୍ରିନାଥ ଅମନାତ୍ୟ, ଦୀନବନ୍ଧୁ ବିଷୋୟୀ ଓ ବହୁ ବି ଯେ ପି କର୍ମୀ ଯୋଗ ଦେଇଥିଲେ ଡାବୁଗାଁ ପୋଲିସ ପକ୍ଷରୁ ପୁରା ସହଯୋଗ କରିଥିଲେ

