ରାଉରକେଲା:19//5,(ଉତ୍କଳ ସମାଚାର) ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଦ ସାରନଗରୀ ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାରସ୍ଵତ ସମାବେଶରେ ଉତ୍କଳୀୟ ସଂସ୍କୃତି- ପରମ୍ପରାରେ ସାବିତ୍ରୀ ବ୍ରତର ମହତ୍ତ୍ୱ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଅଧ୍ୟକ୍ଷତା ଓ ସହ ସମ୍ପାଦିକା ଶ୍ବେତାଲିନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଶାନ୍ତନୁ ମୁଦାଲି ମୁଖ୍ୟଅତିଥି, ମୁଖ୍ୟବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା, ଅନ୍ୟତମ ବକ୍ତା ଭାବେ ଚିନ୍ମୟ ଏକାଡେମୀ ର ସମ୍ପାଦକ ପ୍ରତିଭା ଦାଶ ମୋହିନୀ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଅତିଥି ଓ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସା ଅର୍ଥ ସର୍ବଗୁଣ ସମ୍ପନ୍ନ, ବି ଅର୍ଥ ବିଦ୍ୟାବତୀ ଓ ତ୍ରୀ ଅର୍ଥ ତିନି କୂଳକୁ ହିତ। ଆମ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଲେ ଆମେ ସମାଜକୁ ଏକ ସୁସ୍ଥ ନାରୀ ବା ମା ଟିଏ ଦେଇପାରିବା । ନାରୀର ସ୍ଥିତି ନଥିଲେ ସୁସ୍ଥ ସମାଜ ଗଠନ ଅସମ୍ଭବ। ସାବିତ୍ରୀ ବ୍ରତ ହେଉଛି ଏକ ଅଲିଖିତ ସମ୍ବିଧାନ ତଥା ସାବିତ୍ରୀ ବ୍ରତ ପାଳନର ମହତ୍ତ୍ୱ ଓ ଆମ ସଂସ୍କୃତି ତଥା ପରମ୍ପରାରେ ଏହାର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ ଏହି ଅବସରରେ ମତ ରଖିଥିଲେ। ସଭାପତିତ୍ବ ଅଭିଭାଷଣରେ ଶ୍ରୀ ଦାଶ ମୋହିନୀ ଅନୁଷ୍ଠାନର ଆଭିମୁଖ୍ୟ ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ।ପ୍ରାରମ୍ଭରେ ଶାଖାର ନଗରପାଳକ କୁଞ୍ଜବିହାରୀ ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଶାଖାର ଉପସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବ , ଅନ୍ୟତମ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡା ଓ ଶ୍ବେତଲିନା ଶତପଥୀଙ୍କ ସଂଯୋଜନାରେ ମା’ ସମ୍ପର୍କିତ କବିତା ପାଠ କରାଯାଇଥିଲା। ସଭାପତିତ୍ବ କରିଥିବା ଶ୍ରୀ ପାତ୍ର ମା ଓ ସାବିତ୍ରୀ ବ୍ରତ ସମ୍ପର୍କରେ ଆଲୋଚନା କରିଥିଲେ। କବିତା ପାଠ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଭାସ କୁମାର ନାୟକ,ସାହିଲ ପ୍ରଧାନ, ଲକ୍ଷ୍ମୀ ପଣ୍ଡା, ସବିତା ଦାସ, ଅକ୍ଷୟ ମଲ୍ଲିକ, କୁଞ୍ଜବିହାରୀ ରାଉତ,ଶ୍ବେତଲିନା ଶତପଥୀ ଓ ଶୁଚିସ୍ମିତା ପଣ୍ଡା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଚିନ୍ମୟ ଏକାଡେମୀ ତରଫରୁ ସମାଜରେ ଅନନ୍ୟ ସେବା ପାଇଁ ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି କୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦାସ, ସ୍ୱାଗତିକା ରାଉତରାୟ, ଜୟନ୍ତୀ ଡିଗ୍ଗି, ଛାୟାରାଣୀ ନାୟକ, ବବିତା ଜେନା, ପ୍ରଭାସିନୀ ଧଳ, ଅନୁପମା ହରିଚନ୍ଦନ, ସବିତା ମହାକୁଳ, ସସ୍ମିତା ସାହୁ, ଉଷାରାଣୀ ସାହୁ,ସୁଲଚନା ଜେନା, ଶୁଭଲକ୍ଷ୍ମୀ ପଣ୍ଡା, ମନୋଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶାଖାର ସାଧାରଣ ସମ୍ପାଦକ ମନୋଜ କୁମାର ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

