ରାଉରକେଲା ୨୦/୫,(ଉତ୍କଳ ସମାଚାର)କରୋନା ସମୟରେ ସମଗ୍ର ଦେଶରେ ଆରମ୍ଭ କରାଯାଇଥିବା ଅନ୍ ଲାଇନ୍ ମେଡିସିନ୍ ବିକ୍ରୟ ଏପର୍ଯ୍ଯନ୍ତ ଜାରି ରହିଥିବାରୁ, ଏହାକୁ ବିରୋଧ କରି ଓଡିଶା ସମେତ ସମଗ୍ର ଦେଶରେ ଆଜି ମେଡିସିନ୍ ଷ୍ଟୋର ଏବଂ ଔଷଧ ଦୋକାନୀମାନଙ୍କ ପକ୍ଷରୁ ଧର୍ମଘଟ ଏବଂ ଦୋକାନ ବନ୍ଦ ପାଳନ କରାଯାଉଛି।ଅନ୍ ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ମେଡିସିନ୍ (ଔଷଧ) ସହିତ ନିଶା ଔଷଧ ମଧ୍ଯ ମିଳୁଥିବାରୁ ଏହାର କୌଣସି ରେକର୍ଡ ରଖାଯାଉ ନଥିବା ବେଳେ, ଔଷଧ ଦୋକାନ ବା ମେଡିସିନ ଷ୍ଟୋରରେ ଏ ସମସ୍ତ କାର୍ଯ୍ୟ ଲିଖିତ ଆକାରରେ ରଖିବାକୁ ପଡୁଛି। ଏଥିସହିତ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଡ୍ରଗ୍ସ ଇନିସପେକ୍ଟରମାନେ ଏହାର ତନଖି କରୁଛନ୍ତି ଏବଂ ଏହାର ବ୍ଯତିକ୍ରମରେ ମେଡିସିନ୍ ଷ୍ଟୋରକୁ ମଧ୍ୟ ଜୋରିମାନା ମଧ୍ୟ କରୁଛନ୍ତି। ଏହା ଫଳରେ ମେଡିସିନ୍ ଷ୍ଟୋରମାନେ ଅସୁବିଧାରେ ପଡୁଛନ୍ତି। ଅନ୍ୟପକ୍ଷରେ ଅନ୍ ଲାଇନ୍ ମେଡିସିନ୍ ବିକ୍ରୟ ଯୋଗୁଁ, ମେଡିସିନ୍ ଷ୍ଟୋରମାନେ ବିଭିନ୍ନ ପ୍ରକାର କ୍ଷତି ସହୁଥିବା ଅଭିଯୋଗ ଅଭିଯୋଗ କରି ଆଜି ସମଗ୍ର ଦେଶରେ ଧର୍ମଘଟ ଓ ମେଡିସିନ୍ ଷ୍ଟୋର ବନ୍ଦକୁ ପାଳନ କରୁଛନ୍ତି। ଏହି ଧର୍ମଘଟ ଓ ବନ୍ଦକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଅନୀଲ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ପଦାଧିକାରୀ ଏ ବିଷୟରେ ସୂଚନା ଦେଇ କହିଥିଲେ ଯେ ସରକାରଙ୍କ ଏହି ପଦକ୍ଷେପ ଭାରତର ସମସ୍ତ ଔଷଧ ଦୋକାନୀଙ୍କୁ ପ୍ରଭାବିତ କରୁଥିବାରୁ ଆଜିର ଏହି ବନ୍ଦ ପାଳନ କରାଯାଉଛି। ଆଜିର ମେଡିସିନ୍ ଷ୍ଟୋର ବନ୍ଦ ଯୋଗୁଁ ସରକାରୀ ଡାକ୍ତରଖାନା, ବେସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ପ୍ରଭାବିତ ହେବା ସହିତ ବିଭିନ୍ନ ସ୍ଥାନରେ ଥିବା ଜନ ଔଷଧି କେନ୍ଦ୍ର ଏବଂ ଔଷଧ ଦୋକାନ ବନ୍ଦ ରହିଥିବାରୁ ସାଧାରଣ ଜନତାଙ୍କ ସମେତ ରୋଗୀମାନେ ମଧ୍ଯ ପ୍ରଭାବିତ ହୋଇଛନ୍ତି।

