ରାଉରକେଲା।22//5,(ଉତ୍କଳ ସମାଚାର)ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ୨୦୧୭ ମସିହାରେ ପଞ୍ଜିକୃତ ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ। ଓଡ଼ିଆ ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଏବଂ ନୃତ୍ୟ ପ୍ରତି ଏକ ସମର୍ପିତ ଅନୁଷ୍ଠାନ। ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହିତ ଅନୁଷ୍ଠାନ ଜଡିତ । ସ୍କୁଲ ଛାତ୍ର ଛାତ୍ରୀଙ୍କୁ ଖାତା କଲମ, ସହିତ ଫଳ ଓ ବ୍ରେଡ , ବିସ୍କୁଟ ଆଦି ବଣ୍ଟନ , ଗରିବ ଲୋକଙ୍କୁ ଖାଦ୍ୟ , ଜଳଖିଆ ଆଦି ବଣ୍ଟନ କାର୍ଯ୍ୟ କରା ଯାଉ ଅଛି,. ସଭ୍ୟ ମାନେ ନିଜର ସମର୍ପଣ ଭାବନା ରଖି ଦେଇ ଥିବା ଦାନ ରେ ଏସବୁ କାର୍ଯ୍ୟ କରା ଯାଉଛି। ଯଦିଓ ଏହି ଅନୁଷ୍ଠାନ ୨୦୧୭ ରେ ପଞ୍ଜୀକରଣ ହୋଇଥିଲା, ବିଭିନ୍ନ ସମସ୍ୟା ଓ ଆର୍ଥିକ ସଙ୍କଟ ଯୋଗୁ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା । ୨୦୨୫ ମସିହାରେ ଏବେ ସକ୍ରିୟ ଭାବେ କାମ ଶୁଭାରମ୍ଭ କରିଛି । ସଂଗଠନରେ ଉପସଭାପତି ଗଙ୍ଗାଧର ଦାଶ ଓ ସାଧାରଣ ସମ୍ପାଦିକା ନିଶି ନନ୍ଦଙ୍କ ପ୍ରୟାସ , ଉଦଯୋଗ, ପ୍ରଚେଷ୍ଟା, ମାର୍ଗଦର୍ଶନ ଓ ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସଭାପତି ବିଭୁ ନାୟକଙ୍କ ଅନୁପସ୍ଥିତ ସତ୍ତ୍ୱେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ସଂଗଠନ ପକ୍ଷରୁ ପ୍ରଚେଷ୍ଠା କରାଯାଇ ଏବର୍ଷ ବାର୍ଷିକ ଉତ୍ସବ ଜୁନ ୭ ତାରିଖରେ ସେକ୍ଟର ୧୯ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ କରିବା ପାଇଁ ସ୍ଥିରିକୃତ ହୋଇଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୨୦ ଓ ୨୧ ତାରିଖରେ ରାଉରକେଲାର ରାଉରକେଲା କ୍ଲବର ମୁଖ୍ୟ ଗୃହରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା । ପ୍ରଥମ ଦିନ ୫ ବର୍ଷରୁ ୧୨ ବର୍ଷ ଓ ୧୨ ବର୍ଷରୁ ୨୦ ବର୍ଷ ପିଲାଙ୍କ ମଧ୍ୟରେ ପ୍ରଥମେ ସଙ୍ଗୀତ ଓ ଦ୍ୱିତୀୟ ସତ୍ରରେ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଭା ମାନଙ୍କୁ ମଞ୍ଚ ପ୍ରଦାନ କରି ସେମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯାଇ ଥିଲା । ପ୍ରାରମ୍ଭର ପ୍ରଥମ ସତ୍ରରେ ଅବସର ପ୍ରାପ୍ତ ମହା ପ୍ରବନ୍ଧକ ଏସ ପି ସାମନ୍ତରାୟ ଓ ତାଙ୍କ ପତ୍ନୀ ସ୍ନିଗ୍ଧା ସାମନ୍ତ ରାୟ ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଓ ବିଚାରକ ମଣ୍ଡଳୀରେ ଶ୍ୟାସୁନ୍ଦର ପଟ୍ଟନାୟକ, ମିରା ତ୍ରିପାଠୀ, ସଞ୍ଜୟ ଭଟ୍ଟାଚାର୍ଯ୍ୟ, ଦ୍ୱିତୀୟ ସତ୍ରରେ ବିଜୟ କୁମାର ମୁଖୀ, ଦୀପକ ରାଜ ଚେଷ୍ଠା, ସାତ୍ଵନା ପରିଡ଼ା, ରଶ୍ମିତା ବେହେରା ଯୋଗ ଦେଇଥିଲେ । ୨୧ ତାରିଖ ପ୍ରଥମ ସତ୍ରରେ ମଡେଲିଙ୍ଗରେ ଶ୍ରୀମତୀ ସାରିକା କୁମାର, ଶ୍ରୀମତୀ ସୁଜାତା ମିଶ୍ର, ଶ୍ରୀମତୀ ମାନସୀ ଦାସ ମହାପାତ୍ର, ଦ୍ୱିତୀୟ ସତ୍ରରେ ଉର୍ମିଳା ରାଉତ ଓ ବିଳାସିନୀ ଅଧିକାରୀ ଆଦି ପୋଡ଼ପିଠାରେ ବିଚାରକ ମଣ୍ଡଳୀ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଝିଲିମା ମହାନ୍ତି ଓ ସହଯୋଗ କରିଥିଲେ ଅନୁଷ୍ଠାନର କାର୍ଯ୍ୟ କର୍ତ୍ତା ଜଗନ୍ନାଥ ରାଉତ, ମୀନତି ତ୍ରିପାଠୀ, ବିଷ୍ଣୁପ୍ରିୟା ଦାଶ, ଅର୍ଚ୍ଚନା ସାହୁ, ପ୍ରାଞ୍ଜଳୀ ନାଗ, ମଞ୍ଜୁଲତା ମୋହିନୀ, ଅନିତା ମହାନ୍ତି, ମମତା ବାରିକ୍, ବନୋଜ୍ ଦାସ, ବିମଳ ପଟ୍ଟନାୟକ, ନିରୁପମା ନାୟକ, ବନଲତା ବେହେରା, ଅଜିତା ପ୍ରଧାନଙ୍କ ସହିତ ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ ।

