ରାଉରକେଲା:24//5,(ଉତ୍କଳ ସମାଚାର) କଳିଙ୍ଗ ୱାରିୟର୍ସ ଏରିନା ଆର୍ଟ ଏଣ୍ଡ ସ୍ପୋର୍ଟସ ପକ୍ଷରୁ ସେକ୍ଟର-୧୩ରେ ପିଲାମାନଙ୍କୁ ନିୟମିତ ବୁଶୁ ପ୍ରଶିକ୍ଷଣ ଦିଆଯାଉଛି। କୋଚ୍ ସାଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪୦ରୁ ଅଧିକ ପିଲା ଏହି ପ୍ରଶିକ୍ଷଣ ନେଉଛନ୍ତି।ଓରିଜିନାଲ ପାୱାର କ୍ଲବର ସଭାପତି ତଥା କ୍ରୀଡ଼ାପ୍ରେମୀ ଓପି ସିଂ ପ୍ରଶିକ୍ଷଣ ସ୍ଥଳରେ ପହଞ୍ଚି ପିଲାମାନଙ୍କର କ୍ରୀଡ଼ା ପ୍ରଦର୍ଶନ ଦେଖିଥିଲେ। ସେ କହିଛନ୍ତି ଯେ, ଛୋଟ ଛୋଟ ପିଲାମାନଙ୍କର ଉତ୍ସାହ ଓ ନିଷ୍ଠା ପ୍ରଶଂସନୀୟ। ବିଶେଷ କରି ଝିଅମାନଙ୍କର ଆତ୍ମରକ୍ଷା କୌଶଳ ଏବଂ ଜଜ୍ବା (ମନୋବଳ) ଖୁବ୍ ସୁନ୍ଦର ଥିଲା।ଓପି ସିଂ କହିଛନ୍ତି ଯେ, ଆଗାମୀ ଦିନରେ ସୁନ୍ଦରଗଡ଼ର ଝିଅମାନେ ସହର ତଥା ରାଜ୍ୟର ନାମ ଗୌରବାନ୍ୱିତ କରିବେ। ସେମାନଙ୍କର ଏହି ଜଜ୍ବାକୁ ସଲାମ। ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର କଳିଙ୍ଗ ୱାରିୟର୍ସ ସହ ମିଶି ଏକ କୁସ୍ତି ପ୍ରଶିକ୍ଷଣ ଶିବିର ଖୋଲିବା ପାଇଁ ମଧ୍ୟ ବିଚାର ବିମର୍ଶ ଚାଲିଛି।

