ରାଉରକେଲା:25//5,(ଉତ୍କଳ ସମାଚାର) ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପଥଚାରୀ ପାଇଁ ସେକ୍ଟର ସାତ ସତର ଛକ ଠାରେ ଶୀତଳ ସୁସ୍ବାଦୁ ପଣା ବଣ୍ଟନ କରାଯାଇଥିଲା। ଟ୍ରଷ୍ଟ ର ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡ଼ଃ କୃଷ୍ଣ କେଶବ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପଥଚାରୀ ଙ୍କୁ ଦହି ସର୍ବତ ପଣା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମ୍ୟାନେଜିଂ ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକ, ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ,ଡା ଅବନୀ ଦାଶ, ପ୍ରଦୀପ ପଣ୍ଡା, ପ୍ରିୟବ୍ରତ ସାମଲ, ଅରବିନ୍ଦ ଦାସ, ଶୁଭଶ୍ରୀ ମିଶ୍ର,ମେଧୀର ଷଡ଼ଙ୍ଗୀ,ବ୍ରଜେନ୍ଦ୍ର ଦାଶ, ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ଭୋଳେଶ୍ବର ବେହେରା, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ,ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଣା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଟ୍ରଷ୍ଟ କୁ ପ୍ରଶଂସା କରାଯାଇଛି।

