ରାଉରକେଲା:25//5,(ଉତ୍କଳ ସମାଚାର) । ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଲିତ ସେକ୍ଟର ୧୮ ସ୍ତିତ ସୋସିଆଲ ହୋମ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଶ୍ରୀମତୀ ରେଖା ନାୟକଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ ସମସ୍ତଙ୍କ ମଙ୍ଗଳ କାମନା କରି କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । କେନ୍ଦ୍ରର ଯୋଗ ଶିକ୍ଷୟତ୍ରୀ ଶ୍ରୀମତୀ ବିଷ୍ଟ୍ନୁ ପ୍ରିୟା ଦାଶ ବାର୍ଷିକ ବିବରଣୀ ପାଠ କରି କହିଲେ ଯେ ଆମ କେନ୍ଦ୍ରର ଯେଉ ସମସ୍ୟା ଅଛି ସେଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅକ୍ରୁର ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି , ପରିବାରର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପରମ ପୂଜ୍ୟ ମହାରାଜ ଯୋଗଋଷିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ସମସ୍ତେ ଅଷ୍ଟାଙ୍ଗ ଯୋଗର ନିୟମକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, PYS ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା କିଷାନ ପ୍ରଭାରୀ ପୀତବାସ ପ୍ରଧାନ, ଜିଲ୍ଲା ମିଡିଆ ପ୍ରଭାରୀ ଗଂଗାଧର ଦାଶ , ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର, ଯୋଗ ଶିକ୍ଷୟତ୍ରୀ ପ୍ରିୟଦର୍ଶନୀ ପାଢ଼ୀ ତାଙ୍କ ଅଭି ଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିବା ସହିତ ଯୋଗର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି କେନ୍ଦ୍ରର ଯୋଗ ପରିଚାଳିକା କଲ୍ପନା ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିବାବେଳେ ଓ ପରିଚାଳିକା ବିଷ୍ଣୁ ପ୍ରିୟା ଦାଶ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ମହିଳା ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଯୋଗ ଶିକ୍ଷୟତ୍ରୀ ତପସ୍ୱିନୀ ପଣ୍ଡା, ମମତା ରାଉତ, ଆଶାଲତା ସାହୁ, ସବିତା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨ ଟି ଯୋଗ ନୃତ୍ୟରେ ଅଂଶ ଗ୍ରହଣ କରିଥିଲେ କଳ୍ପନା ପଣ୍ଡା, ସନ୍ତୋଷୀ, ଦମୟନ୍ତୀ ବେହେରା, ରଶ୍ମି ମହାପାତ୍ର, ସ୍ୱର୍ଣ୍ଣ ରାଉତ, ମିରା, ଉମା , କବିତା ବେହେରା , ସ୍ୱର୍ଣ୍ଣଲତା ରାଉଳ, ସୁଜାତା ସାମଲ ଓ ରେଣୁବାଳା ଏବଂ ସନ୍ତୋଷୀ ସୋଲୋ ନୃତ୍ୟ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ।

