ରାଉରକେଲା:27//5,(ଉତ୍କଳ ସମାଚାର) ସହରରେ ଆଜି ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହେବା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଛି। ସେହିପରି ରାଉରକେଲାର ପାୱାର ହାଉସ ରୋଡ୍ ନିର୍ମଳ ମାର୍କେଟ ଭିତରେ ତୋଫାନ ଯୋଗୁଁ ଏକ ବଡ଼ ଗଛ ଗଳିପଡ଼ିବାରୁ ତା’ ତଳେ ଠିଆ ହୋଇଥିବା ତିନୋଟି କାର୍ କ୍ଷତିଗ୍ରସ୍ତ ହୋଇଛି।ଅନ୍ୟପଟେ, ରାଉରକେଲା ମୁଖ୍ୟ ମାର୍ଗ କୈଳାଶପୁରୀ ହୋଟେଲ ସମ୍ମୁଖରେ ଥିବା ‘ ମାର୍ଟ’ ପରିସରର ଏକ ବଡ଼ ବୋର୍ଡ ପ୍ରବଳ ପବନ ଓ ଝଡ଼ ଯୋଗୁଁ ରାସ୍ତା ଉପରେ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ, ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯାତାୟାତ ନଥିବାରୁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି।ର୍ଷା ଥମିବା ପରେ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ରାସ୍ତାରେ ନଜର ଆସିଥିଲେ। ଏହିପରି ଭାବେ ମାଲ୍ଗୋଦାମ ବସ୍ତି ସମେତ ହନୁମାନ ବାଟିକା ରୋଡ୍ କଡ଼ରେ ମଧ୍ୟ ଗଛଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି। ସେକ୍ଟରର ଅନେକ ଅଞ୍ଚଳରେ ପ୍ରବଳ ତୋଫାନ ଓ ବର୍ଷା ଯୋଗୁଁ ରିଂ ରୋଡ୍ କଡ଼ରେ କେତେକ ଗଛ ଭାଙ୍ଗିଯାଇଛି ତ କେତେକ ଗଛର ବଡ଼ ବଡ଼ ଡାଳ ରାସ୍ତା ଉପରେ ପଡ଼ିଥିବାର ଦେଖାଯାଇଛି।ଉଦ୍ଧାର କାର୍ଯ୍ୟ ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତବିଦ୍ୟୁତ ବିଭାଗର ତତ୍ପରତା: ଏହି ଝଡ଼ତୋଫାନ ଯୋଗୁଁ ବିଦ୍ୟୁତ ସେବା ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ବିଦ୍ୟୁତ ତାର ହଟାଇବା ସହ ଖୁଣ୍ଟଗୁଡ଼ିକୁ ମଧ୍ୟ ହଟାଯାଇଥିଲା।ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତା: ବନ ବିଭାଗର କର୍ମଚାରୀମାନେ ମେସିନ୍ ସାହାଯ୍ୟରେ ବଡ଼ ବଡ଼ ଗଛର ଡାଳଗୁଡ଼ିକୁ କାଟିଥିଲେ। ସେହିପରି ରାସ୍ତା କଡ଼ରେ ପଡ଼ିଥିବା ଅନେକ ଗଛର ବଡ଼ ଡାଳକୁ ଗ୍ରାମବାସୀ/ସ୍ଥାନୀୟ ଲୋକମାନେ ନିଜେ କାଟି ରାସ୍ତାରୁ ସଫା କରିଥିଲେ।କାଳବୈଶାଖୀର ପ୍ରକୋପ: ଏହିପରି ଭାବେ ଗତ ସୋମବାର ସନ୍ଧ୍ୟା ସମୟରେ ମଧ୍ୟ ସେକ୍ଟରର ଅନେକ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ପ୍ରବଳ ପବନ, ତୋଫାନ ଓ ବର୍ଷା ସହ କେତେକ ସ୍ଥାନରେ କୁଆପଥର ମଧ୍ୟ ପଡ଼ିଥିଲା, ଯାହାଫଳରେ ଦିନସାରା ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ରହିଥିଲା। ସେହିପରି ଆଜି ବୁଧବାର ଦିନ ମଧ୍ୟାହ୍ନ ୩ଟାରୁ ରାଉରକେଲା ସହରର ଅନେକ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ହୋଇଛି।


