ନବରଙ୍ଗପୁର ତା ୩୦.୫.୨୦୨୬:(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ନୂତନ ଭାବେ ପ୍ରତିଷ୍ଠିତ ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ମାନ୍ୟବର ବିଧାୟକ,ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଏହି ଉତ୍ସବରେ ଉପସ୍ଥିତ ରହି ଶ୍ରୀ ମାଝୀ କହିଲେ ଯେ ଗ୍ରାମାଞ୍ଚଳରେ ଡାକ ସେବାର ବିସ୍ତାର ହେଲେ ସାଧାରଣ ଜନତାଙ୍କୁ ଡାକ, ବ୍ୟାଙ୍କିଂ, ବୀମା ଏବଂ ଅନ୍ୟାନ୍ୟ ସରକାରୀ ସେବା ସହଜରେ ଉପଲବ୍ଧ ହେବ। ଏହା ସ୍ଥାନୀୟ ବ୍ୟବସାୟୀ, ଚାଷୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ସୁବିଧା ଆଣିଦେବ।ପୋଷ୍ଟ ଅଫିସ୍ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ ବ୍ରାଞ୍ଚ ପୋଷ୍ଟ ଅଫିସ୍ ମାଧ୍ୟମରେ ସ୍ପିଡ୍ ପୋଷ୍ଟ, ପଞ୍ଜିକୃତ ଡାକ, ମନିଅର୍ଡର, ପୋଷ୍ଟାଲ ଲାଇଫ୍ ଇନ୍ସ୍ୟୁରାନ୍ସ, ସୁକନ୍ୟା ସମୃଦ୍ଧି ଯୋଜନା ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ସେବା ମଧ୍ୟ ଉପଲବ୍ଧ ହେବ।ଉଦଘାଟନ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ଡାକ ବିଭାଗର କର୍ମଚାରୀ ,ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସମସ୍ତେ ଏହି ନୂତନ ସୁବିଧା ପାଇଁ ଆନନ୍ଦ ପ୍ରକାଶ କରିଛନ୍ତି।ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ କୁନୁ ନାୟକ, ପୌର ନିର୍ବାହୀ ଅଧିକାରୀ ଡ଼ ଅଶୋକ କର୍ଣ୍ଣ, ପୋଷ୍ଟାଲ ଅଧୀକ୍ଷକ, ଜୟପୁର ସତ୍ୟବାଦୀ ବିଶ୍ୱାଳ, ପୋଷ୍ଟ ମାଷ୍ଟର ଜିତେନ୍ଦ୍ର କୁମାର ବିଶୋଇ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

