କେନ୍ଦୁଝର:31//5,(ଉତ୍କଳ ସମାଚାର)କେନ୍ଦୁଝର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ତମାଖୁ ବର୍ଜନ ଦିବସ ସମାରୋହରେ ପାଳିତ ହୋଇଯାଇଛି, ମୁଖ୍ୟଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସମାରୋହ ରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ପାତ୍ର, ଡାକ୍ତର ନିଲମ ମହାନ୍ତି, ଡାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡାକ୍ତର ଅଶୋକ ନାୟକ ଅତିଥିଭାବେ ଯୋଗ ଦେଇ ତମାଖୁ ସେବନ ଓ ଏହାର ତ୍ୱରିତ ଗମ୍ଭୀର ପରିଣାମ ସମ୍ପର୍କ ରେ ତଥ୍ୟଭିତିକ ଆଲୋଚନା କରି କେବଳ ଯୁବପିଢୀ ନୁହନ୍ତି ସମସ୍ତବର୍ଗ ର ଲୋକେ ତମାଖୁ ସେବନ ବର୍ଜନ କରିବା ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ, ତମାଖୁ ସେବନ ଅଣ ସଂକ୍ରମକ ଓ କର୍କଟ ରୋଗର ମୁଖ୍ୟ କାରଣ ବୋଲି ଅଭିହିତ କରିଥିଲେ, ଜିଲ୍ଳା କାର୍ଯ୍ୟକ୍ରମ ପରିଚାଳକ ଡାକ୍ତର ନିତ୍ୟରଞ୍ଜନ ବରାଳ, ସନ୍ତୋଷ ପଟ୍ଟନାୟକ ଏହି ଦିବସ ପାଳନ ଓ ବ୍ୟାପକ ପ୍ରଚାର ପ୍ରସାର ପାଇଁ ନିବେଦନ କରିଥିଲେ, ଆଶା, ସ୍ୱାସ୍ଥ୍ୟ କର୍ମୀ, ଏଏନଏମ ଟ୍ରେନିଂ ଛାତ୍ରୀ ଯୋଗ ଦେଇ ଏକ ସଚେତନ ଶୋଭାଯାତ୍ରା କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଭରତ ସାହୁ ବୃନ୍ଦାବନ ସାହୁ ପରିଚାଳନା କରିଥିଲେ

