ନବରଙ୍ଗପୁର,୦୧.୦୬.୨୦୨୬:(ଉତ୍କଳ ସମାଚାର) ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରେ ଖଣ୍ଡିୟ ବନ ଅଧିକାରୀ ଉଦୟନ ସୁବୁଦ୍ଧି, ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ ଏବଂ ତତ୍କ୍ଷଣାତ୍ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ।ଶିବିରେ ମୋଟ ୨୮ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୭ଟି ଗ୍ରାମ୍ୟ ଓ ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା। ପ୍ରାପ୍ତ ଅଭିଯୋଗୁଡ଼ିକ ମଧ୍ୟରୁ ୫ଟିର ସମାଧାନ ଘଟଣାସ୍ଥଳରେ ହିଁ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।ଅଭିଯୋଗୁଡ଼ିକ ମୁଖ୍ୟତଃ ଚିକିତ୍ସା ସହାୟତା, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ଜମି ବିବାଦ, ନାଳ ମରାମତି, ଭତ୍ତା ପ୍ରଦାନ ଏବଂ ବାସଗୃହ ସମ୍ବନ୍ଧୀୟ ଥିଲା।ଏହି ଅବସରେ ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ୬ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା।ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ କହିଛନ୍ତି।

