ରାଉରକେଲା ୧୧/୬,(ଉତ୍କଳ ସମାଚାର)ଅଟୋ ଓ ଘରୋଇଗାଡିର ବୃତ୍ତିଗତ ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ଯାଣ ବୋର୍ଡରେ ସାମିଲ୍ କରିବାକୁ ନେଇ ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ, ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଡ୍ରାଇଭରମାନଙ୍କୁ ନିର୍ବାଚନରେ ତାଙ୍କର ମତଦାନ ଦେବାର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହୁଥିବା ବିଷୟ ସହିତ ଡ୍ରାଇଭରମାନଙ୍କର ରହିଯାଇଥିବା ଅନ୍ୟାନ୍ୟ ସମସ୍ୟା ବିଷୟକୁ ନେଇ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହିତ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଧ୍ୟ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସେମାନେ ସୁନ୍ଦରଗଡ ଜିଲ୍ଲାର ଡ୍ରାଇଭର ହୋଇଥିଲା ବେଳେ, ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଜରିଆରେ ବିଗତ ଦିନମାନଙ୍କରେ ଓଡ଼ିଶା ମଟର ପରିବହନ ଡ୍ରାଇଭର କଲ୍ୟାଣ ବୋର୍ଡ, ପରିବହନ ମନ୍ତ୍ରୀ, ପରିବହନ କମିଶନର ଏବଂ ରାଉରକେଲା ଆରଟିଓଙ୍କୁ, ଅଟୋ ଓ ବୃଦ୍ଧିଗତ ପ୍ରାଇଭେଟ୍ ଗାଡ଼ି ଡ୍ରାଇଭରମାନଙ୍କୁ ଡ୍ରାଇଭର କଲ୍ୟାଣ ବୋର୍ଡ଼ରେ ସାମିଲ୍ କରିବା ସହିତ ସମସ୍ତ ଡ୍ରାଇଭରମାନଙ୍କ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ଓ ନିର୍ବାଚନରେ ଡ୍ରାଇଭରମାନେ ଭୋଟ ଦେବାଭଳି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହି ଆସୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ପୂର୍ବ ସରକାରଙ୍କୁ ବାରମ୍ଵାର ଅବଗତ କରିଇବା ସହିତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ବିଡମ୍ବନାର ବିଷୟ କୈଣସି ସମସ୍ୟାର ସମାଧାନ ହୋଇପାରିନାହିଁ ବୋଲି ଆଜିର ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଏଣୁ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ନିଷ୍ପରି ନିଆଯାଇଛି ଯେ ଆଗାମୀ ୯୦ ଦିନ ମଧ୍ୟରେ ଡ୍ରାଇଭରମାନଙ୍କର ସମସ୍ୟାର ସ୍ଥାୟୀ ସମାଧାନ କରାନଯାଏ, ତେବେ ସେମାନେ ବାଧ୍ୟହୋଇ ସମଗ୍ର ଡ୍ରାଇଭର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି।ଦାବିଗୁଡିକ ମଧ୍ୟରେ ରହିଛି, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ। ଗାଡିଗୁଡିକ ପାର୍କିଂ ଏବଂ ଡ୍ରାଇଭମାନଙ୍କ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମଗାର ଓ ଶୌଚାଲୟ ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯିବାକୁ ଦାବି। ଓଡିଶାରେ ଥିବା ପ୍ରତ୍ଯେକ ଖଣି ଖାଦାନ ଏବଂ କାରଖାନାଗୁଡିକରେ ଶତକଡା ୭୦ ପ୍ରତିଶତ ଓଡିଶାର ଡ୍ରାଇଭରମାନଙ୍କୁ କାମ କରିବାପାଇଁ ଅଗ୍ରାଧିକାର ଦେବା। ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ଦାବି କରାଯାଇଛି। ଡ୍ରାଇଭର କଲ୍ୟାଣ ବୋର୍ଡ ବା ରେ ନୂତନ ସଦସ୍ୟ ପଞ୍ଜିକୃତ ପାଇଁ ରଖାଯାଇଥିବା ଦେୟକୁ ଛାଡ଼, ଘରୋଇ ବା ପ୍ରାଇଭେଟ୍ ଗାଡ଼ି ଚାଳନା କରୁଥିବା ବୃତିଗତ ଡ୍ରାଇଭରମାନଙ୍କୁ ର ସଦସ୍ୟତା ପ୍ରଦାନ କରାଯିବା ସହିତ ଏହି ସମ୍ୱନ୍ଧିତ ପେଣ୍ଡିଙ୍ଗ ରହିଥିବା କେସଗୁଡ଼ିକୁ ଯଥାଶିଘ୍ର ସହାୟତା ରାଶି ପ୍ରଦାନ କରିବା, ବିବିଦ୍ଧ ଭାବରେ ପ୍ରତ୍ୟେକ ୩ ମାସ ବ୍ୟବଧାନରେ ବୋର୍ଡ ମିଟିଙ୍ଗ କରିବା, ଅଣସଂଗଠିତ କଲ୍ୟାଣ ବୋର୍ଡରେ ପଞ୍ଜିକୃତ ନହୋଇ ୧୨.୬.୨୦୨୩ ପରଠାରୁ ମୃତାହତ ହୋଇଥିବା ଅଟୋ ଡ୍ରାଇଭରମାନଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯିବାକୁ ଦାବି କରାଯାଇଛି, ଏଥିସହିତ ନୂତନ ଡ୍ରାଇଭିଂ ଲାଇସେନ୍ସ ବା ନବୀକରଣରେ ହେଉଥିବା ସମସ୍ୟାର ସମାଧାନ କରାଯିବାକୁ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି କରାଯାଇଛି।

