କେନ୍ଦୁଝର,19//6,(ଉତ୍କଳ ସମାଚାର)ଚଳିତ ଜୁନ ୨୧ ତାରିଖ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ମୋଚିବନ୍ଧ ରେ ସମଗ୍ର ଜିଲ୍ଲା ର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିରୋଗଓ ସୁସ୍ଥ ରହିବାପାଇଁ ଯୋଗଶିର୍ଷକରେ ଡିବେଟ ରଚନା ଚିତ୍ରାଙ୍କନ ଓ ସ୍ଲୋଗାନଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନରେ ଚୟନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକସାଇ ସଂଙ୍କଳ୍ପ ସେଠୀଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ୍ରୀଡ଼ାଅଧିକାରୀ ସରୋଜ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ନିୟମିତ ବ୍ୟାୟାମ କରିବା ସହିତ ଜଙ୍କ ଫୁଡ଼ ନ ଖାଇବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଅଧିକାରୀ ସମସ୍ତ ପ୍ରତିଯୋଗୀକୁ ଧନ୍ୟବାଦ ଦେବା ସହ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା ଶାରୀରୀକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଶୃଙ୍ଖଳିତ ଭାବରେ ନିୟମିତ ବ୍ୟାୟାମ କରିବାପାଇଁ ପରାମର୍ଶ ଦେଇଥିଲେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ଵିତୀକ୍ରିଷ୍ଣ ବେହେରା ଓ ମଧୁସୁଦନ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଯୋଗର ଆବଶ୍ୟକତା ଓ ମହତ୍ଵ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶାନ୍ତନୁକୁମାର ମହାପାତ୍ର ଫକୀର ମୋହନ ମହାନ୍ତ ଘନଶ୍ୟାମ ମହାନ୍ତ ପ୍ରଶାନ୍ତ ସେନାପତି ଉପସ୍ଥିତ ରହିସୁପରିଚାଳନା କରିଥିଲେ। ସର୍ବଶେଷରେ ଶିକ୍ଷୟିତ୍ରୀ ତେଜସ୍ଵିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

