ରାଜଗାଙ୍ଗପୁର 27/6,(ଉତ୍କଳ ସମାଚାର)ଶୁକ୍ରବାର(ଉତ୍କଳସମାଚାର)ସୁବାଷ ବେହେରା ରାଜଗାଙ୍ଗପୁର ସହର ମଧ୍ୟରେ ପୋଲିସ ଛାଉଣୀ ରେ ମହରମ ପର୍ବ ଶାନ୍ତି ଶୃଙ୍ଘଳା ସହ ପାଳିତ ହୋଇ ଯାଇଛି lନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ମହରମ ପର୍ବର ସଦର ଆଖଡ଼ା ରାୱାନୀଛକ,ତାଲିକିପଡା,ଇସଲା ଛକ ମକବୁଲ ମସଜିଦ ଇଦ୍ଗାହ ମହଲା ର ତିନଟି ଆଖଡ଼ା ଦଳ ଏପରି 9ଟି ଆଖଡ଼ା ଦଳ ଗୁଡିକ ବାହାରି ସୁବାଷ ଛକ ଠାରେ ଅତ୍ୟନ୍ତ ଉତ୍ସାହିତ ସହିତ ଏକତ୍ରିତ ହୋଇ ସେଠାରୁ ନିଜ ନିଜର ଲାଠି ଖେଳ କୌଶଳ ପରିଦର୍ଶନ ସହ ଧାର୍ମିକ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା ରେ ଇସ୍ଲାମିକ ଛକ, ବାର ଦ୍ଵାର, ଭାଟାପଡା, ମେନରୋଡ଼, ଖାଡା ଗଳି, ପୌର ପାଳିକା ରୋଡ଼, ସାପ୍ତାହିକ ବଜାର, ଉର୍ଦ୍ଧ ସ୍କୁଲ ଦେଇ ତାଲିକି ପଡା, ନିର୍ମଳା ସ୍କୁଲ ରୋଡ଼ ଦେଇ କାର୍ବଲା ଶହୀଦ ସ୍ମୃତି ଠାରେ ପହଞ୍ଚିଵା ପରେ ପାରମ୍ପରିକ ନୀତି ଅନୁଯାଇ ପୂଜା ଅର୍ଚନା କରା ଯାଇ ଥିଲା l ଏହି ଶୋଭା ଯାତ୍ରାର ରାଉରକେଲା ଡି ଆଇଜି ବ୍ରିଜେଶ କୁମାର ରାୟ ଙ୍କ ନେତୃତ୍ୱ ରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ କୌର ଅତିରିକ୍ତ ଏସ ପି ମହେନ୍ଦ୍ର କୁମାର ମୁର୍ମୁ, ଶାନ୍ତଶୁମାନ ସମଦ ରାଜଗାଙ୍ଗପୁର ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ସାଇବର ଡିଏସପି ରାଜେନ୍ଦ୍ର କୁମାର ସିଆଳ ରାଜଗାଙ୍ଗପୁର ଥାନା ପ୍ରଭାରୀ ବିଜୟ କିଶୋର ଦାଶ, ବଡ଼ଗାଁ ଥାନା ପ୍ରଭାରୀ ଦୀନେଶ କୁମାର ପଟ୍ଟା କୁତ୍ରା ଥାନା ପ୍ରଭାରୀ ଲୋକେଶ ସାହୁ ଲେଫିପଡା ଥାନା ପ୍ରଭାରୀ ଏସକେ ଦେବତା, ପ୍ରଶାନ୍ତ କୁମାର ସାହୁ 16ଜଣ ଇନସ୍ପକ୍ଟର 23ପ୍ଲାଟୁନ ଫୋର୍ସ 7ଜଣ ଡି ଏସ ପି ନିୟୋଜିତ ଥିଲେ l ମାଜିଷ୍ଟେଟ ଭାବେ ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡସେନା ବିଡ଼ିଓ ଅକ୍ଷୟ ବାଗ ଉପସ୍ଥିତ ଥିଲେ l ସ୍ଥାନୀୟ ବିଧାୟକ ଡ଼ଃ ସି ଏସ ରାଜନ ଏକ୍କା ପୌର ପାଳିକା ଅଧକ୍ଷା ମାଧୁରୀ ଲୁଗୁନ ପୂର୍ବତନ ଉପ ନଗରପାଳ ଅଶୋକ ଦାସ ଏବଂ ଇଫତିକାର ଅହମ୍ମଦ( ପାକବାବୁ ) ବିଜେଡି ଟାଉନ ସଭାପତି ଶ୍ରୁଶ୍ରିତ ପାଇକରାୟ ବିଜେପି ଟାଉନ ସଭାପତି ରାଜନ ଶୋନୀ କଂଗ୍ରେସ ଟାଉନ ସଭାପତି ଦେବ ରଞ୍ଜନ ବିନୋଦ ପୂର୍ବତନ ବିଜେଡି ରାଜ୍ୟ ଅଳ୍ପ ସଂଖ୍ୟକ ସାଧାରଣ ସମ୍ପାଦକ ଶୋହେବ ଆଲାମ ମୁସିଲିମ ପଞ୍ଚାୟତ ର ଏମ ଡି ଆରିଫ,ଏମଡି ଅମନ ଏମଡି କୃତବ ରବାନି ପ୍ରମୁଖ ଉପସ୍ଥିତ ଥିଲେ l
