ରାଜଗାଙ୍ଗପୁର 28/6/26:(ଉତ୍କଳ ସମାଚାର)(ସୁବାଷ ବେହେରା)ରାଜଗାଙ୍ଗପୁର ଲମଲୋଇ ସ୍ଥିତ ଶ୍ୟାମ କେମିକାଲ ପ୍ଲାଣ୍ଟ ରେ ଅଗ୍ନୀ କାଣ୍ଡ ଯାହାକି ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି ଗଛିତ ଲକ୍ଷାଧିକ ମୂଲ୍ୟର କେମିକାଲ lଆଜି ଦିନ 10ଟା ସମୟରେ ପ୍ଲାଣ୍ଟ ଭିତରେ ଫିନାଇଲ ଏବଂ ଏସିଡ ନିର୍ମାଣ କରିବା ସମୟରେ ହଟାତ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା l ଘଟଣାର କିଛି ସମୟ ଭିତରେ ଡାଲମିଆ ସିମେଣ୍ଟ ଭାରତ କମ୍ପାନୀର ଦମକଳ ବାହିନୀ ପହଞ୍ଚି ଅଗ୍ନୀ କୁ ନିୟନ୍ତ୍ରଣ କରିବା ବେଳେ ସରକାରୀ ଦମକଳ ବାହିନୀ ଏବଂ ରାଜଗାଙ୍ଗପୁର ପୋଲିସ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଗ୍ନିକୁ ସମ୍ପୂର୍ଣ ନିୟନ୍ତ୍ରଣ କରିବା ପାଇଁ 6 ଘଣ୍ଟା ପରିଶ୍ରମ କରିବା କୁ ପଡି ଥିଲା l ପୋଲିସ କାରଖାନାର ସପୂର୍ଣ କାଗଜପତ୍ର ଯାଞ୍ଚ କରିବାକୁ ଚେଷ୍ଟା କରୁଥିବା ଜଣା ଯାଇଛି l ଏହି ଅଗ୍ନୀ କାଣ୍ଡ ରେ ଜନଜୀବନ ସୁରକ୍ଷିତ ଥିବା ଜଣାଯାଇଛି l

