ରାଉରକେଲା:29//6,(ଉତ୍କଳ ସମାଚାର) ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଜାରି ରଖି ସମାଜସେବୀ ଦେବେନ୍ଦ୍ର ବାଗ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ୱିଲ୍ଚେୟାର ପ୍ରଦାନ କରିଛନ୍ତି।ଏହି ସହାୟତା ପାଇଥିବା ବ୍ୟକ୍ତିମାନେ ହେଲେ ନେହେରୁପାଲିର ଶ୍ରୀ ବିରବଲ ନନ୍ଦ (୩୨ ବର୍ଷ) ଏବଂ ସେକ୍ଟର-୬, ଜଗନ୍ନାଥ କଲୋନୀର ଶ୍ରୀ ବି. ସି. ଗ୍ରାଜୁ (୬୦ ବର୍ଷ)। ସେମାନଙ୍କର ଚଳପ୍ରଚଳରେ ସୁବିଧା ଓ ଦୈନନ୍ଦିନ ଜୀବନକୁ ଅଧିକ ସହଜ କରିବା ଉଦ୍ଦେଶ୍ୟରେ ଏହି ହ୍ୱିଲ୍ଚେୟାର ପ୍ରଦାନ କରାଯାଇଛି।ଏହି ଅବସରରେ ଦେବେନ୍ଦ୍ର ବାଗ କହିଥିଲେ ଯେ, ସମାଜର ଅସହାୟ ଓ ଆବଶ୍ୟକତାସମ୍ପନ୍ନ ଲୋକଙ୍କ ସେବା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ। ଉପସ୍ଥିତ ସ୍ଥାନୀୟ ବାସିନ୍ଦାମାନେ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଉପକୃତ ବ୍ୟକ୍ତିମାନେ କୃତଜ୍ଞତା ଜଣାଇଥିଲେ।

