ରାଉରକେଲା:3//7,(ଉତ୍କଳ ସମାଚାର) ସେକ୍ଟର-୧୮ ସ୍ଥିତ ଜିଟିବି ପବ୍ଲିକ ସ୍କୁଲରେ ଶୁକ୍ରବାର ଠାରୁ ସିଆଇଏସସିଇ (CISCE) ଜୋନାଲ୍ ଖୋ-ଖୋ ପ୍ରତିଯୋଗିତା-୨୦୨୬ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରତିଷ୍ଠିତ ପ୍ରତିଯୋଗିତା ଜୁଲାଇ ୩ ରୁ ଜୁଲାଇ ୫, ୨୦୨ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ରାଉରକେଲା ଜୋନର ମୋଟ ୩୧ଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।ଉଦ୍ଘାଟନୀ ମ୍ୟାଚ୍ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଆର. କେ. ଆଚାର୍ଯ୍ୟ, ଶାରୀରିକ ଶିକ୍ଷା ଶିକ୍ଷକ ବିକ୍ରମ କିଶୋର ସ୍ୱାଇଁ ଏବଂ କ୍ରୀଡ଼ା ସଂଯୋଜକ ଜେ. ମହାନ୍ତି ଉପସ୍ଥିତ ଥିଲେ। ଅନ୍ୟପଟେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସଭାପତି ବଲବିନ୍ଦର ସିଂ, ସମ୍ପାଦକ ଜରନୈଲ ସିଂ, ଯୁଗ୍ମ ସମ୍ପାଦକ ତଜିନ୍ଦର ସିଂ ଉପ୍ପଲ, କୋଷାଧ୍ୟକ୍ଷ ପ୍ରୀତପାଲ ସିଂ ଏବଂ ସଦସ୍ୟ ରଣଜିତ ସିଂ ଓ ହରବଂଶ ସିଂ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହ ଏବଂ ପ୍ରଥମ ମ୍ୟାଚ୍ ଦେଖିବା ପାଇଁ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ସମଗ୍ର ଆୟୋଜନରେ ଉତ୍ସାହ ଏବଂ କ୍ରୀଡ଼ା ମନୋଭାବର ଏକ ଚମତ୍କାର ପରିବେଶ ଦେଖିବାକୁ ମିଳିଥିଲା।

