କେନ୍ଦୁଝର,3//7,(ଉତ୍କଳ ସମାଚାର): ଜିଲ୍ଲା ର ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ତତ୍ପର କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଜୁଲାଇ ମାସ ପାଇଁ ‘ଯୁଗ୍ମ ଅଭିଯୋଗ ଶୁଣାଣି’ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଧାସଳଖ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ମାସର ଶୁଣାଣି ନିମ୍ନଲିଖିତ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ୬/୦୭/୨୦୨୬(ସୋମବାର)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କେନ୍ଦୁଝର, ପୂର୍ବାହ୍ନ ୧୦:ରୁ ଅପରାହ୍ନ ୦୧:୦୦,୧୩/୦୭/୨୦୨୬(ସୋମବାର)ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଚମ୍ପୁଆ, ପୂର୍ବାହ୍ନ ୧୦ରୁ – ଅପରାହ୍ନ ୦୧:୦୦,୨୦/୦୭/୨୦୨୬(ସୋମବାର)ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଘଷିପୁରା,ପୂର୍ବାହ୍ନ ୧୦:ରୁ – ଅପରାହ୍ନ ୦୧:୦୦,୨୭/୦୭/୨୦୨୬(ସୋମବାର)ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଘଟଗାଁ, ପୂର୍ବାହ୍ନ ୧୦:୦୦ – ଅପରାହ୍ନ ୦୧:୦୦,ଜନସାଧାରଣଙ୍କ ସୁବିଧା ପାଇଁ ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବେ ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବସିବା ସହ ପାନୀୟ ଜଳର ସମସ୍ତ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଶିବିରରେ ଗ୍ରହଣ କରାଯାଉଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ ସୂତ୍ରରେ ପକାଇବା ପାଇଁ ଏହାକୁ ସରକାରୀ “ଜନ ଶୁଣାଣି ପୋର୍ଟାଲ”ରେ ପଞ୍ଜିକରଣ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଞ୍ଚଳବାସୀଙ୍କୁ ନିଜ ନିଜର ଅଭିଯୋଗ ନେଇ ଏହି ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।
