କେନ୍ଦୁଝର :4//7,(ଉତ୍କଳ ସମାଚାର)ସମବାୟ ସପ୍ତାହ ୨୦୨୬ ଓ ସହକାରିତା ମନ୍ତ୍ରଣାଳୟ ର ୫ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହ ରେ ଉପନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ଙ୍କ ଦ୍ୱାରା ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି, ଏହି ଶିବିର ରୁ ସ୍ବେଛାକୃତ ଭାବେ ୫୪ୟୁନିଟ ରକ୍ତ ସଂଗୃହିତ ହୋଇ ମାନବକଲ୍ୟାଣ ନିମନ୍ତେ ଜିଲ୍ଳା ରକ୍ତକେନ୍ଦ୍ର କୁ ପ୍ରଦାନ କରାଯାଇଛି, ଏ ଅବସରରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି,, ଡିଆରସିଏସ ପର୍ଶୁରାମ ପାତ୍ର, ଯୁଗ୍ମ ସମ୍ପାଦକ ପ୍ରମୋଦ ଦାସ କୋଅପରେଟିଭ ସମ୍ପାଦକ ଅଟଳ ଶତପଥି, ଏଆରସିଏସ କେନ୍ଦୁଝର ସୁଦର୍ଶନ ନାଏକ ଏଆରସିଏସ ଆନନ୍ଦପୁର ରାମଚନ୍ଦ୍ର ବିଶ୍ୱାଳ, ମ୍ୟାନେଜର ଆଲୋକ ବଳଜିଲ୍ଳା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ, ବ୍ୟାଙ୍କ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର କୁ ସଫଳତା ର ସ୍ୱାଦ ଦେଇଥିଲେ, ଡାକ୍ତର ଚିତ୍ତରଞ୍ଜନ ସେଠି, ରକ୍ତକେନ୍ଦ୍ର ଲୋକସମ୍ପର୍କ ଅଧିକାରୀ ଅକ୍ଷୟ ସାହୁ ସହାୟକ ଗଣ ରକ୍ତ ସଂଗ୍ରହ କରିଥିଲେ, ସମସ୍ତ ରକ୍ତଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା

