କେନ୍ଦୁଝର:28//7,(ଉତ୍କଳ ସମାଚାର)ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍ଥାନ ରେ ପ୍ରବଳ ବର୍ଷା ହୋଇ ଅନେକ ସ୍ଥାନ କୁ ଗମନାଗମନ ବାଧାପ୍ରାପ୍ତ ହୋଇଛି, ଅନେକ ସ୍ଥାନ ରେ ରାସ୍ତା ଧୋଇ ହୋଇଯାଇଛି ସ୍ଥାନେ ସ୍ଥାନେ ଗଛ ଉପୁଡି ପଡିଛି, ଅପରାହ୍ନ ଚାରିଟା ସୁଦ୍ଧା କେନ୍ଦୁଝର ସଦର ବ୍ଲକ ରେ ୧୧୨. ୦, ବାଂଶପାଳ ରେ ୧୨୭. ୦, ତେଲକୋଇ ରେ ୧୭୬. ୮, ପାଟଣା ରେ ୧୦୬. ୮, ସାହାରପଡ଼ା ୫୦. ୪, ଘଟଗାଁ ରେ ୧୩୯. ୦, ହରିଚନ୍ଦନପୁର ରେ ୧୪୨. ୪, ଆନନ୍ଦପୁର ରେ ୨୯. ୩, ଘସିପୁରା ରେ ୩୩. ୨, ହାଟଡିହି ରେ ୩୦. ୧, ଚମ୍ପୁଆ ରେ ୩୦. ୧, ଯୋଡ଼ା ରେ ୩୫. ୧, ଝୁମ୍ପୁରା ରେ ୪୯. ୨ମିଳିମିଟର ବର୍ଷା ରେକର୍ଡ କରାଯାଇଛି ସମଗ୍ର ଜିଲ୍ଲାରେ ଆଭେରେଜ ୮୧. ୭୨ମିମି ବର୍ଷା ହୋଇଛି, ବିଭିନ୍ନ ସ୍ଥାନରେ ହୋଇଥିବା ଘାଇ ମାନଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇ ଗମନାଗମନ ବାଧାନହେବାକୁ ଉଦ୍ୟମ ଚାଲିଛି, ତେଲକୋଇ ବ୍ଲକ ରୁଗୁଡ଼ିହି ଗ୍ରାମ ହାତୀ ଯାତାୟାତ ପଥ ସଂଯୋଗ ରାସ୍ତା କୁ ସାମୟିକ ଭାବେ ବନ୍ଦ କରାଯାଇଛି,

