ଚିନ୍ମୟ ସଭାପତି, ସୁକାନ୍ତ ସମ୍ପାଦକ; ସ୍ୱରଣିକା ‘ଦ ହୀରାଚକ୍ର’ ଉନ୍ମୋଚିତ
ସମ୍ବଲପୁର,୨୯/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ରୋଟାରୀ କ୍ଲବର ୨୦୨୬-୨୭ ବର୍ଷ ପାଇଁ ନୂତନ ସଭାପତି ଓ ସମ୍ପାଦକଙ୍କ ଇନଷ୍ଟଲେସନ ସମାରୋହ ଆଡମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ପୂର୍ବତନ ସଭାପତି ରଶ୍ମି ରଞ୍ଜନ ମହାପାତ୍ର ଓ ସମ୍ପାଦକ ଦେବାଶିଷ ରାଇଗୁରୁଙ୍କ ଠାରୁ ନବନିର୍ବାଚିତ ସଭାପତି ଚିନ୍ମୟ ଶତପଥୀ ଏବଂ ସମ୍ପାଦକ ସୁକାନ୍ତ ମେହେର ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସମାରୋହରେ ରୋଟାରୀର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର (ପିଡିଜି) ଅଜୟ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ସହକାରୀ ଗଭର୍ଣ୍ଣର ଡା. ମନୋରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ କାର୍ଯ୍ୟକାରିଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ରୋଟାରୀ କ୍ଲବର ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ। ଉଦଘୋଷିକା ରୋଟାରିଆନ ସୀମାନ୍ତିକା ଦାସଙ୍କ ସଂଯୋଜନାରେ ଜାତୀୟ ସଙ୍ଗୀତ ପରିବେଷଣ, ପ୍ରଦୀପ ପ୍ରଜ୍ୱଳନ ଓ ଅତିଥି ମାନଙ୍କୁ ଚାରାଗଛ ପ୍ରଦାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପରେ ୨୦୨୫-୨୬ ବର୍ଷର ବାର୍ଷିକ କାର୍ଯ୍ୟବିବରଣୀ ଉପସ୍ଥାପନ କରାଯାଇଥିଲା। ପରେ ନୂତନ ସଭାପତି ଓ ସମ୍ପାଦକ ଶପଥ ଗ୍ରହଣ କରି ଦାୟିତ୍ୱ ସମ୍ଭାଳିଥିଲେ।ନବନିର୍ବାଚିତ ସଭାପତି ଚିନ୍ମୟ ଶତପଥୀ ଆସନ୍ତା ବର୍ଷ ପାଇଁ କ୍ଲବର ସେବାମୂଳକ କାର୍ଯ୍ୟକ୍ରମ, ସାମାଜିକ ପଦକ୍ଷେପ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କ ରେ ସୂଚନା ଦେଇ ଥିବାବେଳେ ସମ୍ପାଦକ ସୁକାନ୍ତ ମେହେର ବର୍ଷବ୍ୟାପୀ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
ଏହିଅବସରରେ କ୍ଲବର ବାର୍ଷିକ ସ୍ମରଣିକା “ଦ ହୀରାଚକ୍ର”କୁ ମୁଖ୍ୟ ଅତିଥି ଅଜୟ ଅଗ୍ରୱାଲ ଉନ୍ମୋଚନ କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ରୋଟାରିଆନ ଓ ସ୍ୱେଚ୍ଛା ସେବୀ ସଦସ୍ୟଙ୍କୁ ସେବା କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ ସମାରୋହର ସମାପ୍ତି ଘୋଷଣା କରାଯାଇଥିଲା।

