କେନ୍ଦୁଝର:29//7,(ଉତ୍କଳ ସମାଚାର)ଗତକାଲି କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାରିଆଡେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା ,ଗଛ ଉପୁଡି ପଡିଥିଲା ,ରାସ୍ତା ଧୋଇଯାଇଥିଲା ,ଗମନାଗମନ ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା , କେନ୍ଦୁଝର ର ଆଗ୍ନିକ ମାନେ ପ୍ରାଣମୂର୍ଛା ଉଦ୍ୟମ କରି ସାଧାରଣ ଜୀବନଯାତ୍ରା କୁ ସୁଗମ କରିବାକୁ ଉଦ୍ୟମରତ ଥିଲେ , ଏହି ପରିପେକ୍ଷୀ ରେ କେନ୍ଦୁଝର ସରକାରୀ ବାଳିକା ଉଚ୍ଛ ବିଦ୍ୟାଳୟ ସମ୍ମୁଖରେ ଥିବା ପୋଲିସକ୍ଲବ ସହିତ ଆଖପାଖ ବସତି ମଧ୍ୟ ଜଳଘେର ରେ ରହିଯାଇଥିଲା ,ଆଜି ମଧ୍ୟ ଅଗ୍ନିଶମ କର୍ମଚାରୀ ମାନେ ପମ୍ପ ଦ୍ବାରା ପାଣି ନିଷ୍କାସନ କରୁଥିବାବେଳେ ପୋଲିଶ କ୍ଳବ ନିକଟ ଘର ପାଚେରି ରେ ଏକ ଖୋଲା ବିଦ୍ୟୁତ ତାର ଓ ପାଣି ସଂସ୍ପର୍ଶ ରେ ଆସି ଚନ୍ଦନ ପଟ୍ଟନାଏକ ନାମକ ଯୁବଆଗ୍ନିକ ଙ୍କ ଦୁଖଦ ମୃତ୍ଯୁ ହୋଇ ଯାଇଛି ,ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନିଆଯିବାବେଳ ରାସ୍ତାରେ ମୃତ୍ଯୁ ହୋଇଯାଇଥିଲା ,ଏହି ଅଭାବନୀୟ ଘଟଣା ରେ ସମଗ୍ର ଜିଲ୍ଲା ,ସମଗ୍ର ବିଭାଗ ସ୍ତବଧ ହୋଇଯାଇଛି , ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦୁଖଦ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

