ପାପଡାହାଣ୍ଡି, 29//7,(ଉତ୍କଳ ସମାଚାର)ସ୍ମଶାନ ଯିବା କୁ ରାସ୍ତା ନ ଥିବାରୁ ରାସ୍ତା ରେ ଶବ ରଖି ରାସ୍ତା ରୋକ କଲେ ପାପଡାହାଣ୍ଡି ହରିଜନ ସାହି ବାସିନ୍ଦା | ଦିର୍ଘ 4 ଘଣ୍ଟା ଧରି ରାସ୍ତା ରୋକ ହୋଇ ଥିଲା l ତହସିଲଦାର ତପନ କୁମାର ନାୟକ ,ବିଡ଼ିଓ କପିଳ ଦେବ ସାହୁ, ଏସ୍ଡ଼ିପିଓ ସତ୍ୟ ଜିତ କାଣ୍ଡେଲ କଲ , ସରପଞ୍ଚ ପ୍ରମୁଖ ପହଂଚି ବୁଝା ସୁଝା ପରେ ରାସ୍ତା ହଟିଥିଲା | ବ୍ରିଜ କଲବଟ ନିର୍ମାଣ କରିବା ଓ ନୂତନ ମଶାଣି ଜାଗା ଦେବା ପ୍ରତିସୃତି ପରେ ରାସ୍ତା ରୋକ୍ ଉଠିଥିଲା | ସାହିର କ୍ରିଷ୍ଣା ହରିଜନଙ୍କ ସକାଳୁ ଦେହ ଖରାପ ହେବା ପରେ ମେଡିକାଲକୁ ନିଆଯାଇଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସାହି ବାସିନ୍ଦା ଟୁରି ନଦୀ ନୂତନ ପୋଲ ନିକଟରୁ ସ୍ମଶାନ ନେବା ବେଳେ ରାସ୍ତା ନ ଥିଲା ଲୋକେ ଅସନ୍ତୋଷ ହୋଇ ପାପଡାହାଣ୍ଡି ଠାରୁ ଉମରକୋଟ ରାସ୍ତା ଶବ ରଖି ଅବରୋଧ କରିଥିଲେ

