ଉମରକୋଟ-ରାଇଘର ସଡ଼କ ସଂଯୋଗ ବିଚ୍ଛିନ୍ନ
ଉମରକୋଟ,ନରସିଂବାଘ.୨୯/୭:(ଉତ୍କଳ ସମାଚାର).ଲଗାଣ ବର୍ଷା ରେ ନବରଙ୍ଗପୁର ଜିଲ୍ଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ସାମାନ୍ୟ ବର୍ଷାରେ ମଧ୍ୟ ଜଳମଗ୍ନ ହୋଇଯାଉଥିବାରୁ ଉମରକୋଟ-ରାଇଘର ମୁଖ୍ୟ ସଡ଼କରେ ଯାତାୟାତ ବାରମ୍ବାର ବ୍ୟାହତ।ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସେମାନେ ବେହେଡ଼ା ନିକଟରେ ନିର୍ମାଣାଧୀନ ସେତୁ ପାଖରେ ପ୍ରଶାସନ ଓ ସମ୍ପୃକୁ ବିଭାଗ ନିକଟରେ ଦାବି କରିଛନ୍ତ।ଅସ୍ଥାୟୀ ବ୍ୟବସ୍ଥା ଭାବେ ନିର୍ମିତ ବାଇପାସ୍ ରାସ୍ତା ରେ ନିର୍ମାଣାଧୀନ ସେତୁ ବର୍ଷାଜଳରେ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବାରୁ ଉମରକୋଟ ଓ ରାଇଘର ମଧ୍ୟରେ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।ବାଇପାସ୍ ଉପରେ ପ୍ରବଳ ସ୍ରୋତରେ ପାଣି ବହୁଥିବାରୁ କୌଣସି ଯାନବାହନ ଯାତାୟାତ ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି।ଫଳରେ ରାସ୍ତାର ଉଭୟ ।ପାର୍ଶ୍ବରେ ଶତାଧ୍ଵକ ଯାତ୍ରୀ, ଛୋଟ-ବଡ଼ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଛି।ଗନ୍ଧବ୍ୟସ୍ଥଳରେ ପହଞ୍ଚିବାକୁ ଅପେକ୍ଷାରତ ଲୋକମାନେ ଅସହାୟ ପରିସ୍ଥିତିରେ ସମୟ କାଟୁଥିବା ବେଳେ ଜରୁରୀ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ବେହେଡ଼ା ଠାରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥୁଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ବର୍ଷା ଋତୁକୁ ଦୃଷ୍ଟିରେ ରଖୁ ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ପ୍ରତିବର୍ଷ ଏଭଳି ସମସ୍ୟାରସମୁ ଖୀନ ହେବା କୂ ପଡୁଛି।

