ନବରଙ୍ଗପୁର:2//8,(ଉତ୍କଳ ସମାଚାର)ସମାଜକୁ ନିଶାମୁକ୍ତ କରିବା ଓ ଯୁବପିଢ଼ିଙ୍କୁ ସୁସ୍ଥ, ସୁନ୍ଦର ଓ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ମୈଦଲପୁରସ୍ଥିତ ବ୍ରହ୍ମ କୁମାରୀ ପାଠଶାଳା ପରିସରରେ ନିଶା ନିବାରଣ ଦିବସ ଓ ନିଶାମୁକ୍ତି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ବ୍ରହ୍ମ କୁମାରୀ ଦିଦିମାନଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ସମାଜସେବୀ, ଜନପ୍ରତିନିଧି, ଶିକ୍ଷକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ନିଶାର କୁପ୍ରଭାବ ଓ ଏହାର ନିବାରଣ ସମ୍ପର୍କରେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିପିକା ମାଝୀ, ସରପଞ୍ଚ ଶ୍ରୀମତୀ ବନିତା ପଟ୍ଟନାୟକ, ପ୍ରକୃତି ବନ୍ଧୁ ଓ ଯୁବ ସମାଜସେବୀ ଶିକ୍ଷକ ବାବୁଲାଲ ସାଗର, ପ୍ରଧାନ ଆଚାର୍ଯ୍ୟ ଯୁଧିଷ୍ଠିର ହରିଜନ, ଅବସରପ୍ରାପ୍ତ ଶିକ୍ଷକ ଓ ସମାଜସେବୀ ପଟ୍ଟନାୟକ, ବିଷୋୟୀ ସାର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଶିକ୍ଷକ ଲିଙ୍ଗରାଜ ବିଷୋୟୀ ସମସ୍ତ ଉପସ୍ଥିତ ଲୋକଙ୍କୁ ନିଶା ବର୍ଜନ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ। ସମସ୍ତେ ନିଶା ଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସଂକଳ୍ପ ନେଇଥିଲେ।ବ୍ରହ୍ମ କୁମାର ସହଦେବ ବ୍ରହ୍ମ କୁମାରୀ ଦିନମଣି ଭାଇ, ପାର୍ବତୀ ମାତା, ରୀନା ଭଉଣୀ, ବି.କେ. ଅଞ୍ଜୁ ଭଉଣୀ, ଚଞ୍ଚଳା ଭଉଣୀ ଓ ଗଙ୍ଗା ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଭାଷଣରେ କହିଥିଲେ ଯେ, ନିଶା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ପରିବାରକୁ ପ୍ରଭାବିତ କରେ ନାହିଁ, ବରଂ ସମାଜର ଶାନ୍ତି, ଅର୍ଥନୈତିକ ସ୍ଥିତି ଓ ଭବିଷ୍ୟତ ପିଢ଼ି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ। ନିଶାମୁକ୍ତ ଜୀବନ ଗ୍ରହଣ କଲେ ହିଁ ଏକ ସୁସ୍ଥ, ସୁନ୍ଦର ଓ ଶକ୍ତିଶାଳୀ ସମାଜ ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।ଯୁବ ସମାଜକୁ ନିଶାରୁ ଦୂରେଇ ରହି ଶିକ୍ଷା, ସଂସ୍କାର ଓ ସକାରାତ୍ମକ ଚିନ୍ତାଧାରାକୁ ଆପଣାଇବା ପାଇଁ ଆହ୍ୱାନ କରିଥିଲେ।ଶେଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ନିଶାମୁକ୍ତ ପରିବାର – ସୁସ୍ଥ ସମାଜ” ଗଠନର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଉତ୍ସାହ ଦେଖିବାକୁ ମିଳିଥିଲା।ବ୍ରହ୍ମ କୁମାରୀ ଦିନମଣି ଭାଇ, ପାର୍ବତୀ ମାତା, ରୀନା ଭଉଣୀ, ବି.କେ. ଅଞ୍ଜୁ ଭଉଣୀ, ଚଞ୍ଚଳା ଭଉଣୀ ଓ ଗଙ୍ଗା ଭଉଣୀ ପ୍ରମୁଖ ଉପସ୍ଥିତ ଥିଲେ।

