ରାଉରକେଲା:10//9,(ଉତ୍କଳ ସମାଚାର) ବିଧାୟକ ତଥା ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ନାୟକଙ୍କ ୬୮ତମ ଜନ୍ମଦିନ ଅବସରରେ ଆଜି ଅମର ଭବନଠାରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କର ଜନ୍ମଦିନ ବେଶ୍ ଧୁମଧାମରେ ପାଳନ କରାଯାଇଛି।ପ୍ରଥମେ ଜଗନ୍ାଥ ମହାପ୍ରଭୁ ଏବଂ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି/ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ରାଜସ୍ଥାନ ପରିଷଦର ସଭାପତି ଜଗଦୀଶ ହରିତ ଏବଂ ତାଙ୍କର ପଦାଧିକାରୀଗଣ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, ରାଉରକେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟସ୍ ଆସୋସିଏସନ୍, ହରିୟାଣା ନାଗରିକ ସଂଘ, ମାରୱାଡ଼ି ଯୁବ ମଞ୍ଚର ତିନୋଟି ଶାଖା (ରାଉରକେଲା, ସିଟି ଏବଂ ଜାଗୃତି) ସହିତ ପ୍ରାନ୍ତୀୟ ସଭାପତି ଅଜୟ ଶର୍ମା ଅଭିନନ୍ଦନ ଜ୍ଞାପନ କରିଥିଲେ।ତେରାପନ୍ଥୀ ଜୈନ ସମାଜର ସଭାପତି ନିମୁ ଜୈନ, ଶ୍ରୀ ଗୁରୁ ସିଂହ ସଭା ଶିଖ ସମାଜ, ରୋମାନିଆ କମିଟି, ଅଞ୍ଜୁମନ୍ ଇସଲାହୁଲ୍ ମୁସଲମିନ୍, ଉତ୍ତର ଭାରତ ସମନ୍ୱୟ କମିଟି, ସ୍ୱର୍ଣ୍ଣକାର ସମିତି, ମଦ୍ରାସା ମିସ୍ମାଲ୍ ଉଲୁମ୍ ନାଲା ରୋଡ୍, ବାଣିଜ୍ୟିକ ଆସୋସିଏସନ୍ ଫ୍ରୁଟ୍ ମାର୍କେଟ୍, ଦୁର୍ଗା ପୂଜା କମିଟି ବିସ୍ରା ରୋଡ୍, ମଧୁସୂଦନ ମାର୍କେଟ୍ କମିଟି, ଡାଲମିଆ କଲେଜର ପ୍ରାକ୍ତନ ପ୍ରଧାନଚାର୍ଯ୍ୟା, ବିଶ୍ୱକର୍ମା ପୂଜା କମିଟି ବଣ୍ଡାମୁଣ୍ଡା, କଳିଙ୍ଗ ସ୍ପୋର୍ଟସ୍ ଫେଡେରେସନ୍, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସର ସଭାପତି ଶ୍ରୀ ବ୍ରଜମୋହନ ଅଗ୍ରୱାଲଙ୍କ ସହିତ ଆଜିର ଆୟୋଜନରେ ଶାରଦା ଭାଇଙ୍କ ପ୍ରେମୀ ପ୍ରମୋଦ ଶର୍ମା, ସମସେର ଅଲ୍ଲୀ, ଇଜାଜତ୍ ଅହମଦ (ଗୁଡୁ), ପପୁ ଜୟସ୍ୱାଲ, ବ୍ରଜେଶ ମହତୋ, ନରେଶ ଅଗ୍ରୱାଲ, ବିନୟ ସିଂହ, ନିତିନ ଚାୱଲା, ଉମେଶ ସାଉ, ମହମ୍ମଦ ଅଜଗଦ, ମୁନ୍ନା ବିଲାଲ, ସୁନୀଲ ବେରୁଆ, ଓମପ୍ରକାଶ ସାହି, ସଞ୍ଜୟ ବବୁଟା, ସୁଶାନ୍ତ ରାଉତ (ବୁବ୍ଲି) ପ୍ରମୁଖ ଶାରଦା ଭାଇଙ୍କ ପ୍ରେମୀମାନଙ୍କ ସହ କେକ୍ କାଟିଥିଲେ ଏବଂ ତାଙ୍କର ଦୀର୍ଘାୟୁ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିରରେ ୬୮ ୟୁନିଟ୍ ରକ୍ତଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ରକ୍ତଦାନ ସମୟରେ ଅମର ଭବନରେ ମୋଟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ରାଉରକେଲା ସରକାରୀ ହସ୍ପିଟାଲକୁ ପ୍ରଦାନ କରାଯାଇଥିଲା।ସହଯୋଗ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ, ଜୟପ୍ରକାଶ ହସ୍ପିଟାଲର ପଦାଧିକାରୀଗଣ, ଅମର ଭବନ ଏବଂ ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି।

