କେନ୍ଦୁଝର:13//9,(ଉତ୍କଳ ସମାଚାର)ଆଜି ପୂର୍ବାହ୍ନ ରେ କେନ୍ଦୁଝର ଉପକଣ୍ଠ ସଂସ୍କୃତି ଭବନ ରେ କେନ୍ଦୁଝର ସାଇନିଙ୍ଗ ସମ୍ପର୍କିତ ଏକ କର୍ମଶାଳା ଦୈନିକ ସମ୍ବାଦ ଖବରକାଗଜ ପକ୍ଷରୁ ଆୟୋଜିତ ହୋଇଯାଇଛି, ଏହି କର୍ମଶାଳା ରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଦୈତାରୀ ନାଏକ ମୁଖ୍ୟ ଅତିଥି, ସାଂସଦ ଅନନ୍ତ ନାୟକ, ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, ସମ୍ମାନିତ ଅତିଥି,ଡ଼ିଏଫଓ ଧନରାଜ ଏଚଡି, ପୌରଅଧ୍ୟକ୍ଷା ନିକୁ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ସୁଚିନ୍ତିତ ଦୀର୍ଘସୂତ୍ରୀ ମତାମତ ପ୍ରଦାନ କରିଥିଲେ, ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦୁଝର ଜିଲ୍ଳା ପ୍ରତିନିଧି ସୁବ୍ରତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କର୍ମଶାଳା ରେ ବହୁ ବୁଦ୍ଧିଜୀବୀ ଛାତ୍ର ଛାତ୍ରୀ ରାଜନୈତିକ ନେତୃତ୍ୱ, ଗଣମାଧ୍ୟମ ପ୍ରତିନିଧି, କ୍ରୀଡ଼ାବିତ, ଶିକ୍ଷାବିତ, କ୍ରୀଡ଼ାବିତ, ସମାଜସେବୀ, ଲେଖକ, କବି, ଜନଜାତି ପ୍ରତିନିଧି ବ୍ୟବସାୟୀ,ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ

