ମହାନଗରମୁଖ୍ୟ ଖବରରାଜ୍ୟ

ଚାଷୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାକୁ ଭାଜପା କୃଷକ ମୋର୍ଚା ର ଦାବୀ

କେନ୍ଦୁଝର,୭/୧ (ଉତ୍କଳ ସମାଚାର): ବିଜେପି କୃଷକ ମୋର୍ଚ୍ଚା ପଶ୍ଚିମ ଓଡିଶା ର ୧୨ ଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନଙ୍କ ର ଗୁରୁତ୍ବପୂର୍ଣ୍ଣ ବୈଠକ ସମ୍ବଲପୁର ସହରସ୍ଥ ଓଡିଶା ସାସଂସ୍କୃତିକ ସମାଜ ଭବନ ଠାରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କଂ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତି ତଥା ରୋଗାଂଲି ବିଧାୟକ ଶ୍ରୀ ନାଉରୀ ନାୟକ ମୁଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ। ଅଭାବୀ ଧାନ ବିକ୍ରି ପ୍ରତିବାଦରେ ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ସମସ୍ତ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଓଡିଶା ର ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଚାଷୀ ବିରୋଧୀ ନବୀନ ପଟ୍ଟନାୟକ ସରକାର ବିରୋଧରେ ବ୍ୟାପକ ଚାଷୀ ସମ୍ପର୍କ ଯାତ୍ରା ଓ କୃଷକ ପଞ୍ଚାୟତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ ଯାଇଛି, ଏ ସମ୍ପର୍କ ରେ କେନ୍ଦୁଝର ରୋଟାରି ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସଭାପତି ମହେଶ୍ୱର ସାହୁ ସୂଚନା ଦେଇ ଧାନ ମଣ୍ଡି ରେ ଜାଲିଆତି ସମ୍ପର୍କ ରେ ସୂଚନା ଦେବାସହିତ ଧାନମଣ୍ଡି ରେ ଚାଷୀଙ୍କ ସୁରକ୍ଷା ଓ ସର୍ବନିମ୍ନ ସୁବିଧା ଯୋଗାଇଦିଆଯାଉ ନାହିଁ, ଏଥିପାଇଁ କେନ୍ଦ୍ର ସରକାର ଯୋଗାଇଦେଉଥିବା ସହାୟତା ର ସଦବିନିଯୋଗ ହେଉନାହିଁ, ଏଣୁ ଚାଷୀଙ୍କୁ ସର୍ବନିମ୍ନ ସହାୟତା ଯୋଗାଇ ଉପଯୁକ୍ତ ମୂଲ୍ୟ ଦେଇ ଧାନ କିଣିବାକୁ ଦାବିକରିଛନ୍ତି, ଏ ଅବସରରେ ହରିହର ମହନ୍ତ, କିରନ ବାଳା ନାୟକ, ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *