Uncategorizedମହାନଗରମୁଖ୍ୟ ଖବରରାଜ୍ୟ

ରାଜ୍ୟ ସରକାରଙ୍କ ନିୟମ ଠାରୁ ଅଲଗା ଅନୁଗୁଳ ଜିଲ୍ଲା ପ୍ରଶାସନର ନିୟମ

ଅନୁଗୁଳ,୧୩/୧ (ଉତ୍କଳ ସମାଚାର): ଠିକ ପଢ଼ୁଛନ୍ତି ଆଜ୍ଞା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜସ୍ଵ ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ତାଲିକା ତିଆରି କରିଛନ୍ତି। ଏ କଥା ଆମେ କହୁନାହୁଁ। ଏହା କହୁଛନ୍ତି ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ। ସେ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାପାଳ ଯେଉଁ ତାଲିକା କୁ ଅନୁମୋଦନ କରିଛନ୍ତି ସେହିଥିରେ ନାମ ଥିବା ସାମ୍ୱାଦିକ ହିଁ ଜିଲ୍ଲାର ସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ। ତେଣୁ କେବଳ ସେହି ମାନକୁ ସରକାରି ସୂଚନା ଦିଆଯାଉଛି। ଏପରିକି ବର୍ତ୍ତମାନ ଚାଲିଥିବା ଜିଲ୍ଲା ମହୋତ୍ସବ ରେ ଜିଲ୍ଲା ପ୍ରଶାସନ ତାଲିକାଭୁକ୍ତ ସାମ୍ବାଦିକଙ୍କୁ ଛାଡିଦେଲେ ଅନ୍ୟ ରାଜ୍ୟ ସରକାରଙ୍କ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଖବର ସଂଗ୍ରହ କରିବା ପାଇଁ ପ୍ରେସ ଗ୍ୟାଲେରୀ କୁ ପ୍ରବେଶ କରିବା ପାଇଁ ଅନୁମତି ନାହିଁ। ଏହା ଦେଖି ଅତି ମାତ୍ରାରେ ଆଶ୍ଚର୍ୟ୍ଯ ଲାଗୁଛି କି କିପରି ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅଣଦେଖା କରୁଛି।

Leave a Reply

Your email address will not be published. Required fields are marked *