ମହାନଗରମୁଖ୍ୟ ଖବରରାଜ୍ୟ

୨୧ତାରିଖରେ ଜିଲ୍ଲା ପ୍ରଶାସନ, କୀଟ ଓ କିସ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ

ଫୁଲବାଣୀ,୧୫/୧ (ଉତ୍କଳ ସମାଚାର) ( ରଞ୍ଜିତ କୁମାର ):   କନ୍ଧମାଳଜିଲ୍ଲାର  ସମସ୍ତ ୧୮ ରୁ ୩୫ ବର୍ଷ ବୟସ ର ଯୁବକ ଯୁବତୀ ଭାଇ ଭଉଣୀ ମାନଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଛି ଯେ, ଆସନ୍ତା ଜାନୁୟାରୀ  ତା ୨୧ ରିଖ ରବିବାର ସକାଳ ଘ ୯ ଟାରେ ଫୁଲବାଣୀ ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ,  କନ୍ଧମାଳ ଓ କିଟ୍, କିସ୍ ଭୁବନେଶ୍ଵର ର ମିଳିତ ସହଯୋଗରେ ବୃହତ୍ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଉକ୍ତ ନିଯୁକ୍ତିମେଳାରେ ୧୨୦ ରୁ ଉର୍ଦ୍ଧ୍ବ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ୟବସାୟ ପ୍ରତିଷ୍ଠାନ ଯୋଗଦାନ କରି ଉପଯୁକ୍ତ ଯୁବକ ଯୁବତୀମାନଙ୍କୁ ଚୟନ କରାଯିବ । ପ୍ରାୟ ୧୭୦୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ପ୍ରଦାନ କରିବେ। ସେକ୍ୟୁରିଟୀ ଗାର୍ଡ ଠାରୁ ଆରମ୍ଭ କରି  ମେଡିକାଲ୍ ସହାୟକ, ମେକ ଫିଟର, ୱେଲୁର, ସହାୟକ, ଖାଦ୍ୟ ପ୍ରକ୍ରିୟକରଣ, ଟେକ୍ସଟାଇଲ୍, ନିର୍ମାଣ, ଅଟୋମଟିଭ ଇଞ୍ଜିନିୟର, ଡାଟା ଏଣ୍ଟ୍ରି ଅପ୍ରେଟର, ଫ୍ୟାକ୍ସି ଅପ୍ରେଟର, ଷ୍ଟୋର କିପର୍, ବୁକ୍‌ ବାଇଣ୍ଡର, ଡ୍ରାଇଭର, ପ୍ଲମ୍ବର ଅଫିସ ସହାୟକ, କୁକ୍, ପ୍ରିଣ୍ଟ ଓପରେଟର, ଆଦି ଅନେକ କାର୍ଯ୍ୟ ପାଇଁ ନିଯୁକ୍ତି ପ୍ରଦାନ କରିବେ। ଏଥିରେ  ଶିକ୍ଷାଗତ ଯୋଗ୍ୟତା ୮ମ ପାସରୁ ଆରମ୍ଭ କରି ଦଶମ, ଯୁକ୍ତ ତିନି, ଡିପ୍ଲୋମା, କମ୍ପ୍ୟୁଟର ଇତ୍ୟାଦି ବିଭିନ୍ନ ଶିକ୍ଷା ହାସଲ କରିଥିବା ପ୍ରାର୍ଥୀ , ପ୍ରାର୍ଥିନୀ ମନଙ୍କୁ ଯୋଗ୍ୟ ଚୟନ କରାଯିବ । ନିଯୁକ୍ତି ମେଳାରେ  ଆସୁଥିବା ପ୍ରତେକ ପ୍ରାଥୀ ଓ ପ୍ରାଥୀନି ମାନଙ୍କ ମାଗଣାରେ  ଯିବା ଆସିବା ଓ ଖାଇବା ବ୍ୟବସ୍ଥା  ପ୍ରଶାସନ ତରଫରୁ କରାହୋଇଛି।

Leave a Reply

Your email address will not be published. Required fields are marked *