ମହାନଗରମୁଖ୍ୟ ଖବରରାଜ୍ୟ

ପ୍ରତିଭା ବିକାଶ କାର୍ଯ୍ୟକ୍ରମ

ବରଗଡ଼,୨୦/୧ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ):  ବରଗଡ଼ ଜର୍ଜ ହାଇସ୍କୁଲରେ ଓଡିଶା ସରକାରଙ୍କ ତରଫରୁ ଛାତ୍ରମାନଙ୍କର ପ୍ରତିଭା ବିକାଶ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା, କଳା, ସୃଜନୀ , ସାହିତ୍ୟ , ଭାଷା , ଅଭିନୟକୁ ନେଇ ଅନନ୍ୟ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶାସ୍ୱତୀ ଦାଶଙ୍କ ସଭାପତିତ୍ୱରେ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଶ୍ୟାମସୁନ୍ଦର ଅଗ୍ରୱାଲ, କୈଲାଶ ପ୍ରସାଦ ଅଗ୍ରୱାଲ, ସତ୍ୟନାରାୟଣ ଦାଶ, ଦିବ୍ୟ କିଶୋର ଦେବତା, ଆର୍ଯ୍ୟଚନ୍ଦନ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଏ ଅବସରରେ ପୁରାତନ ଛାତ୍ର ଶ୍ୟାମସୁନ୍ଦର ଅଗ୍ରୱାଲ ଏକ ଲକ୍ଷ ଏକ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ସେହିପରି ଆର୍ଯ୍ୟଚନ୍ଦନ ଦାଶ ନିଜ ମାଙ୍କ ସ୍ମୃତିରେ ମୋ ସ୍କୁଲ ଅଭିଯାନକୁ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରି ପ୍ରତିବର୍ଷ ନିଜ ମାଆ ସ୍ୱର୍ଗତା ଗୀତା ରାଣୀ ନାୟକ ସ୍ମୃତି ସମ୍ମାନରେ ଦଶମ ଶ୍ରେଣୀ ବିଜ୍ଞାନ ଓ ଗଣିତ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏ ଅବସରରେ ଶିକ୍ଷୟିତ୍ରୀ ପଦ୍ମଜା ପତି ଏବଂ ଦିବ୍ୟକିଶୋର ଦେବତା ବିଚାରକ ଦାୟିିତ୍ୱ ତୁଲାଇଥିଲେ । ଡିଜିଟାଲ ମାଧ୍ୟମରେ ଛାତ୍ରମାନଙ୍କ ଦ୍ୱାର ପ୍ରସ୍ତୁତ ଧନୁଯାତ୍ରାର ଦୃଶ୍ୟପଟ ଆକର୍ଷଣୀୟ ହୋଇଥିଲା । ଅତିଥିମାନଙ୍କୁ ସ୍କୁଲ ତରଫରୁ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀକାନ୍ତ ମଟାରୀ 

Leave a Reply

Your email address will not be published. Required fields are marked *