ମହାନଗରମୁଖ୍ୟ ଖବରରାଜ୍ୟ

ଟାଟା ଷ୍ଟିଲ୍‌ର ଖଣି ଗୁଡିକୁ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ପୁରସ୍କାର

କେନ୍ଦୁଝର,୨୦/୧ (ଉତ୍କଳ ସମାଚାର): ଜାନୁଆରୀ ୧୯, ୨୦୨୪ ଖଣି ସୁରକ୍ଷା ମହାନିର୍ଦ୍ଦେଶକ (ଡିଜିଏମଏସ୍‌), ଭୁବନେଶ୍ୱର ଅଂଚଳ ଅଧୀନରେ ଶୁକ୍ରବାର ଅନୁଷ୍ଠିତ ୪୧ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ-୨୦୨୩ ଅବସରରେ ଟାଟା ଷ୍ଟିଲ୍ ୩୭ଟି ପୁରସ୍କାର ହାସଲ କରିଛି । ଏ-୧ ସମୁଦାୟ ବର୍ଗର ପ୍ରଦର୍ଶନରେ ଯୋଡା ଇଷ୍ଟ ଆଇରନ ମାଇନ ବିଜେତା ହୋଇଥିବା ବେଳେ, କIଟାମାଟି ଆଇରନ ମାଇନ ଏ-୨ ବର୍ଗରେ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କରିଛି । ଏହାବ୍ୟତୀତ ଷ୍ଟଲ ପ୍ରଦର୍ଶନୀ ବର୍ଗରେ ଟାଟା ଷ୍ଟିଲକୁ ବିଜେତା ବିବେଚିତ କରାଯାଇଥିଲା । ଯୋଡ଼ା ଇଷ୍ଟ ଆଇରନ ମାଇନର ଅଂଶୁ କୁମାରୀ ଶ୍ରେଷ୍ଠ ପୋଷ୍ଟର ବର୍ଗରେ ବିଜେତା ହୋଇଥିଲେ । ଚଳିତ ମାସ ପ୍ରାରମ୍ଭରେ ଟେନସା ଓ ଦକ୍ଷିଣ କାଳିଆପାଣି ଠାରେ ସେଭଳି ଏକ ପୁରସ୍କାର ବିତରଣ ସମାରୋହରେ ଖଣ୍ଡବନ୍ଧ ଆଇରନ ଓ ମାଙ୍ଗାନିଜ ମାଇନ, କାଟାମାଟି ଆଇରନ ମାଇନ, ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫଏଏମଡି) ଏବଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ଓ ସୁକିନ୍ଦା କ୍ରୋମାଇଟ୍ ଖଣି ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିଲେ ।ଖଣିରେ ସୁରକ୍ଷିତ କାର୍ଯ୍ୟ ପଦ୍ଧତିରେ ଉନ୍ନତି ଆଣିବା, ଖଣିରେ ଦୁର୍ଘଟଣାକୁ ଯଥେଷ୍ଟ ହ୍ରାସ କରିବା ଏବଂ ଖଣି ମାଲିକ ଓ କର୍ମଚାରୀଙ୍କ ଶୂନ୍ୟ କ୍ଷତି ସଂସ୍କୃତି ପାଇଁ ପ୍ରତିବର୍ଷ ଦେଶର ସମସ୍ତ ଅଂଚଳରେ ଖଣି ନିରାପତା ସପ୍ତାହ ପାଳନ କରାଯାଉଛି ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଖଣି ସୁରକ୍ଷା ମହାନିର୍ଦ୍ଦେଶକ ପ୍ରଭାତ କୁମାର, ରାଂଚିର ଖଣି ନିରାପତା ଉପମହାନିର୍ଦ୍ଦେଶକ ଏସ୍ ଡି ଚିଦାମ୍ବରମ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍‌ର ଖଣି ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ସୌଭିକ ମଜୁମଦାର, ଭୁବନେଶ୍ୱର ରିଜିଅନ୍‌-୧ଖଣି ନିରାପତା ନିର୍ଦେଶକ କୃଷ୍ଣେନ୍ଦୁ ମଣ୍ଡଳ, ଅଂଚଳ-୧, ଖଣି ସୁରକ୍ଷା ନିର୍ଦ୍ଦେଶକ ପିଆର ଠାକୁର, ରିଜିଅନ୍‌-୨ର ବିଭିନ୍ନ ଖଣିର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।ଟାଟା ଷ୍ଟିଲ, ଜେଏସଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଓଡ଼ିଶା ଖଣି ନିଗମ, ବେଦାନ୍ତ ଭଳି ବିଭିନ୍ନ ଖଣି କମ୍ପାନି ଏବଂ ଭେଣ୍ଡର ପାର୍ଟନରମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଷ୍ଟଲଗୁଡ଼ିକୁ ପରିଦର୍ଶନ କରିଥିଲେ ଯେଉଁଥିରେ ସର୍ବୋତମ ନିରାପତା ଅଭ୍ୟାସ ଏବଂ ନିରାପତା ଉପକରଣ ପ୍ରଦର୍ଶିତ ହୋଇଥିଲା । ନୃତ୍ୟ ଦଳ ପକ୍ଷରୁ ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।ଏହି ଅବସରରେ ଟାଟା ଷ୍ଟିଲ୍ ଯୋଡ଼ା ଇଷ୍ଟ ଆଇରନ ମାଇନ୍‌ର ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲର ଖଣ୍ଡବନ୍ଧ ଅଇରନ ମାଇନର ମୁଖ୍ୟ ଜିଭି ସତ୍ୟନାରାୟଣ; ଶିରିଷ ଶେଖର, ମୁଖ୍ୟ, ନୂଆମୁଣ୍ଡି ଆଇରନ ମାଇନ, ଟାଟା ଷ୍ଟିଲ; ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ମୁଖ୍ୟ ରାହୁଲ କିଶୋର; ଡିଜିଏମଏସର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ, ସୁରକ୍ଷା ବୋର୍ଡ ସଦସ୍ୟ, ସଂଘ ପ୍ରତିନିଧି, ଜେନେରାଲ ମ୍ୟାନେଜର, ଏଜେଂଟ୍ ଏବଂ ମ୍ୟାନେଜର, ଅଧିକାରୀ, ଶ୍ରମିକ ନିରୀକ୍ଷକ ଏବଂ ବିଭିନ୍ନ ଖଣି କମ୍ପାନୀର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *